Breaking News

ବୋଳ ବେଦୀରେ ପାଞ୍ଜି ପାଠ କଲେ ଅବଧାନ, ଗୋପାଳକ ମାନଙ୍କର ଦୋଳପୂର୍ଣ୍ଣମୀ ପର୍ବ ଶେଷ


 ସାକ୍ଷୀଗୋପାଳ----- ସାକ୍ଷୀଗୋପିନାଥଙ୍କ ଦୋଳପର୍ବ ଶେଷ ହୋଇଯାଇଛି । ଏହି ଅବସରରେ ସାକ୍ଷୀଗୋପିନାଥ ଦେବଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ଫଗୁ ଦଶମୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଚେରୀ ଭୋଗ ସହ ଦୁଆରୀ ଭୋଗ ଖାଇଥିଲେ । ଦୋଳପୂର୍ଣ୍ଣମୀ ଦିନ ମେଣ୍ଡାପୋଡି ପର୍ବ ଦେଖିବା ପରେ ମନ୍ଦିରକୁ ଯାଇଥାନ୍ତି । ପରେ ପରେ ଠାକୁରଙ୍କ ନୀତିକାନ୍ତି ହେବାପରେ ପୁର୍ନବାର ଦୋଳବେଦୀକୁ ପେରିଥାନ୍ତି । ଦୋଳବେଦୀରେ ମଦନମୋହନଙ୍କର ମାଜଣା , ପରେ ନୂତନ ବସ୍ତ ଲାଗି ହେବା ପରେ ଫୁଲ, ଚନ୍ଦନ, ତୁଳସୀ ଲାଗି ହୋଇଥାନ୍ତି । ଭକ୍ତ ମାନେ ଠାକୁରଙ୍କୁ ଫଗୁ ପକାଇ ନିଜର ମନସ୍କାମନାପୂର୍ଣ୍ଣ କରିବା ପାଇଁ ଗୁହାରି କରିଥାନ୍ତି । ସଂଧ୍ୟାରେ ଅବଧାନଙ୍କ ଦ୍ୱାରା ଏ ବର୍ଷର ପାଣି ପାଗ, ଫସଲ, ଆୟ, ବ୍ୟାୟ, ରୋଗ ବୈରାଗ ସମ୍ପର୍କରେ ଲିଖିତ ପାଞ୍ଜି ଅବଧାନ ପାଠ କରି ଶୁଣାଇଥାନ୍ତି । ପରେ ପରେ ଠାକୁର ମନ୍ଦିରକୁ ଫେରି ଯାଇଥାନ୍ତି । ସେହିପରି  ଗୋପାଳ ମାନଙ୍କର ଦୋଳପୂର୍ଣ୍ଣମୀରେ ଗୋ ପୂଜନ ଏକ ନିଆର ପରମ୍ପରା ରହି ଆସିଛି । ଗାଈ ମାନଙ୍କୁ ସ୍ୱତନ୍ତ୍ର ଲତାଗୁଳ୍ମ ଲଟିରେ ହଳଦୀ, ଓ ଲବଣୀ ଲଗାଯାଇ ଗାଧୁଆ ଯିବା ପରେ  ମହିଳା ମାନଙ୍କ ଦ୍ୱାରା ଗାଈ ମାନଙ୍କୁ ବନ୍ଦାବନା କରାଯିବା ସହ ନୂତନ ବସ୍ତ୍ର ଲାଗି କରାଯାଇଥାଏ । ଏଥିଯୋଗୁ ଗୋପାଳ ବଂଶଧାରୀ ମାନଙ୍କ ଘରେ ଘରେ ପିଠା ପଣା ସାଙ୍ଗକୁ  ଆନନ୍ଦ ଉଲ୍ଲାସରେ ଦୋଳପୂର୍ଣ୍ଣମୀ ଓ ହୋଳି ପର୍ବ ପାଳନ କରିଥାନ୍ତି ବୋଲି ଆନନ୍ଦପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା, ଆଗାଧୁ ବେହେରା, ପବନା ବେହେରା, ହରିହର ବେହେରା, କୃଷ୍ଣଚନ୍ଦ୍ର ବେହେରା, କୈଳାସ ବେହେରା ଓ ମଙ୍ଗୁଳି ବେହେରା  କୋଭିଡ-୧୯ ଆଇନକୁ ନଜର କରି ଏ ବର୍ଷ ପର୍ବ ପାଳନ କରାଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୩/୨୦୨୧---୩,୪୫

Blog Archive

Popular Posts