Breaking News

ଗ୍ରାମ ରାସ୍ତା ବନ୍ଦ ହେବାକୁ ନେଇ ଗ୍ରାମବାସୀଙ୍କ ମନରେ ଆଶଙ୍କା; ଜିଲ୍ଲା ପ୍ରଶାସନକୁ ଦେଲେ ଦାବି ପତ୍ର


 ସାକ୍ଷୀଗୋପାଳ----୩୧୬ନଂ ଜାତୀୟ ରଜପଥ ବ୍ଳକ କାର୍ଯ୍ୟାଳୟ ଦେଇ ଅଠେଇସ ଗ୍ରାମ ସହିତ ଦୁଗଲ ଗ୍ରାମକୁ ମୁଖ୍ୟ ରାସ୍ତା ରହିଛି । ଏପରିକି ବ୍ଳକ ହେବା ଦିନ ଠାରୁ ଆଗ ଓ ପଛରେ ଗେଟ ନାହିଁ । ଗ୍ରାମାବସୀ ମାନେ ଯିବା ଆସିବା କରିଥାନ୍ତି । ଏହି ରାସ୍ତାଟି ରେକର୍ଡ ଭୁକ୍ତ ରାସ୍ତା ରହିଛି । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକମାନେ ଯିବା ଆସିବା କରିଥାନ୍ତି । ଏହି ରାସ୍ତାଟି ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଯାଇଛି । ଦୁଗଲ ଗ୍ରାମ ପଞ୍ଚାୟତ ନାମରେ ମଧ୍ୟ ଏହି ଅର୍ଥ ଖର୍ଚ୍ଚ କରାଯାଇଛି ।  ଗ୍ରାମବାସୀ ମାନେ ଜାଣିବାକୁ ପାଇଲେ ଯେ ଏହି ରାସ୍ତା ଏବେ ବ୍ଳକ ପ୍ରଶାସନ ପକ୍ଷରୁ ବନ୍ଦ କରିବା ପାଇଁ ଯୋଜନା କରାଯାଇଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଅଠେଇସ ଗ୍ରାମବାସୀ ମାନେ ସ୍ୱାକ୍ଷର କରି  ପୁରୀ ସାଂସଦ, ସତ୍ୟବାଦୀ ବିଧାୟକ,ଜିଲ୍ଲାପାଳ, ଉପଜିଲ୍ଲାପାଳ,  ସତ୍ୟବାଦୀ ତହସିଲଦାର ଓ ବିଡିଓଙ୍କୁ ଦେଇଥବା ଜଣାପଡିଛି । ଏ ସମ୍ପର୍କରେ ସତ୍ୟବାଦୀ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହନ୍ତି ସେମାନଙ୍କୁ କେହି ବ୍ୟକ୍ତି ଭୁଲ ତଥ୍ୟ ପ୍ରଦାନ କରିଛି । ଆମେ ଏକ ବ୍ଳକ ପାଖରେ ବାଇପାସ ରାସ୍ତା ନିର୍ମଣ କରାଯାଉଛି । ବ୍ଳକ ପରିସରରେ କୌଣସି ଭାରିଯାନ ବା ମାଲ ପରିବହନ ଗାଡି ଯିବ ନାହିଁ । ଗ୍ରାମବାସୀ ମାନେ ଯେଉଁପରି ଯାଉଥିଲେ ସେମାନେ ସେହିପରି ଯିବେ ବୋଲି ବିଡିଓ ଶ୍ରୀ ବେହେରା କହନ୍ତି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୩/୨୦୨୧---୮,୨୫

Blog Archive

Popular Posts