୨୧ତମ ରାମ ଚରିତ ମାନସ ପରାୟଣ ଅନୁଷ୍ଠିତ
ସାକ୍ଷୀଗୋପାଳ----- ସାନଙ୍ଗା ଗ୍ରାମର ବିଲ କପିଳେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣ ପରିସରରେ ୨୧ ତମ ରାମ ଚରିତ ମାନସ ପରାୟଣ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରତିଦିନ ସକାଳେ ସଂଧ୍ୟାରେ ଠାକୁରଙ୍କ ଫଟୋ ଚିତ୍ରରେ ଫୁଲମାଳ ଦେବା ସହିତ ଧୂପ. ଦୀପ ଦେଇ ମିହଳା ମାନେ ହୁଳହୁଳି ପକାଇ ଛେନା, ସର, ଲବଣୀ, ପାଚିଲା କଦଳୀ, ପଇଡ, ଫଳ, ଖଇକେରା ଭୋଗ କରାଯାଇଥିଲା । ପ୍ରତି ସଂଧ୍ୟାରେ ପ୍ରଭୁ ଙ୍କୁ ମହିଳା ମାନେ ଧୂପ, ଦୀପ ଜଳାଇ ବନ୍ଦାପନା କରିଥିଲେ । କର୍ତ୍ତା ଭାବେ ଚିତ୍ରସେନ ଦାସ, କର୍ତ୍ତୀ ଭାବେ ଦୀପାଞ୍ଜଳି ଦାସ ରହିଥିବା ବେଳେ ବ୍ୟାସ ଭାବେ ବୀରେନ୍ଦ୍ର ମିଶ୍ର, ପଣ୍ଡିତ ଟୁଲୁ ମିଶ୍ର ରହିଥିଲେ । ମାଗୁଣି ସ୍ୱାଇଁ, ବସନ୍ତ ବିଶୋଇ, ବୈଦ୍ୟନାଥ ଦାସ ପ୍ରତିଦିନ ସଂଧ୍ୟାରେ ରାମଚରିତ ପ୍ରବଚନ ପ୍ରଦାନ କରିଥିଲେ । ଶେଷ ଦିନରେ ସାନଙ୍ଗା ଗ୍ରାମବାସୀଙ୍କ ସହିତ ଆଖାପଖ ଗ୍ରାମାବସୀ ଓ ରାମଭକ୍ତ ମାନେ ସମୁହ ପ୍ରସାଦ ସେବନ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୩/୨୦୨୧