Breaking News

ପିପିଲି ପୋଲିସ ପୁରାତନ ଅଷ୍ଟଧାତୁର୫ଟି ଠାକୁର ମୂର୍ତ୍ତି ଉଦ୍ଧାର; ଜଣେ ଗିରଫ


 ପିପିଲି--- ପିପିଲି ଥାନା ଅନ୍ତର୍ଗତ କାକୁଡିଆ ଗ୍ରାମର ଦନାର୍ଦ୍ଦନ ଦୀକ୍ଷିତ ୩୧/୧/୨୦୨୧ରେ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କ ଶ୍ରୀ ଗୋପିନାଥ ଦେବଙ୍କ ମନ୍ଦିର କବାଟ ଭାଙ୍ଗି କେହି ଦୁବୃର୍ତ୍ତ ୫ଟି ବହୁ ପୁରାତନ ମୂର୍ତ୍ତି ନେଇଯାଇଛି । ପିପିଲି ପୋଲିସ ଅଭିଯୋଗ ପାଇବା ପରେ ୫୧/ ୨୦୨୧ରେ ଏକ କେସରୁଜ କରି ତଦନ୍ତ ଜାରି ରଖିଥିଲା । କୌଣସି ସୁତ୍ରରୁ ଖବର ପାଇ ପିପିଲି ପୋଲିସ କେନ୍ଦୁଝର ଥାନା ଆନନ୍ଦପୁର ଗ୍ରାମର ବାପୁନି ପାଢ଼ୀ (୨୯)ଙ୍କୁ ଗିରଫ କରିବା ସହ ଅଷ୍ଟଧାତୁରେ ନିର୍ମିତ ବିଷ୍ଣୁମୂର୍ତ୍ତି, ମହାଲକ୍ଷ୍ମୀ, କୃର୍ଷ୍ଣ, ଶ୍ରୀରାଧା ଓ ଗରୁଡଦେବ ମୂର୍ତ୍ତି ପୋଲିସ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ବାପୁନି ପାଢ଼ୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

 ପିପିଲିରୁ ବିଜୟ କୁମାର ମହାପାତ୍ର, ୩/୩/୨୦୨୧----୮,୧୦

Blog Archive

Popular Posts