ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ମୋ ସ୍କୁଲ ସମ୍ପର୍କରେ କର୍ମଶାଳା
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକ ମାଛପଡା ଆଞ୍ଚଳିକ କେନ୍ଦ୍ର ସଂଯୋଜକ ଶ୍ରୀକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଚଣ୍ଡେଶ୍ୱରୀ ଉ.ପ୍ରା ବିଦ୍ୟାଳୟ ପ୍ରାଙ୍ଗଣରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ମୋ ସ୍କୁଲ ଅଭିଯାନ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମକୁ କିପରି ସଫଳ କରାଯାଇ ପାରିବ । ବେସରକାରୀ ବିଦ୍ୟାଳୟ ଠାରୁ ସରକାରୀ ବିଦ୍ୟାଳୟ କମ ନୁହେଁ ତାହା ପ୍ରମାଣ କରି ଦେଖାଇବାକୁ ପଡିବ ବୋଲି ଯୋଗ ଦେଇଥବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଳକ ସହ ଶିକ୍ଷାଅଧିକାରୀ ଯୁଧିଷ୍ଠିର ପରିଡା, ସମୀଷ୍ଠା ଦେବୀ ଓ ଲକ୍ଷ୍ମଣ ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଧାକାନ୍ତ ବିଦ୍ୟାପୀଠର ଶିକ୍ଷକ ପ୍ରଶାନ୍ତ ବିଶ୍ୱାଳ, ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କାମିନୀ ପ୍ରଭା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩/୩/୨୦୨୧---୮,୦୫