ଘର ଭଙ୍ଗା ଅର୍ଥ ପ୍ରଦାନରେ ଅନିୟମିତତା ଦାବି କରି ବରୀ ତହସିଲ ସମ୍ମୁଖରେ ଧାରାଣା
ବରୀ - ଗତ ପ୍ରଳୟଙ୍କାରି ବନ୍ୟାକୁ ୭ ମାସ ପୁରି ଯାଇଥିଲେ ମଧ୍ୟ ବରୀ ତହସିଲ କାର୍ଯ୍ୟାଳୟର ଅଧିକାରୀ ମାନଙ୍କ ଅବହେଳା ଯୋଗୁ ଆଜି ପର୍ଯ୍ୟନ୍ତ ବରୀ ବ୍ଲକର ବହୁ ଯୋଗ୍ୟ ହିତାଧିକାରୀ ଘରଭଙ୍ଗା ସହାୟତାରୁ ବଞ୍ଚିତ ହୋଇଛନ୍ତି । ବରୀ ଦ୍ୱିପାଞ୍ଚଳ ପରିସଦର ସଭାପତି କୁଳମଣୀ ଶୁକ୍ଳଙ୍କ ନେତୃତ୍ୱରେ ବରୀ ବ୍ଲକ ଅନ୍ତର୍ଗତ ସେରପୁର ଗ୍ରାମ ପଞ୍ଚାୟତ ବହୁ ମହିଳା,କୃଷକ,ସ୍ୱେଚ୍ଛାସେବୀ ଓ ବୃଦ୍ଧିଜିବୀ ଉପସ୍ଥିତ ରହି ମତାମତ ରଖିବା ସହିତ ବରୀ ତହସିଲ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ଦେଇଥିଲେ । ଉକ୍ତ ଧାରଣାରେ ଶଶିରେଖା ପାଣ୍ଡବ, ତିଳୋତ୍ତମା ସେଠୀ,ସ୍ମିତାରାଣି ସାମଲ,ପ୍ରଶାନ୍ତ ପଡିହାରୀ, ଟୁଲୁ ମଲ୍ଲିକ, ତାପସ ମଲ୍ଲିକ,ରବିନ୍ଦ୍ର ମଲ୍ଲିକ,ରଂଜନ ଦାସ,ପ୍ରଭାକର ଓଝା ପ୍ରମୁଖ ଧାରଣାରେ ବସିଥିଲେ ।
ବରୀରୁ ଦର୍ଶନ ବେହେରା, ୩/୩/୨୦୨୧----୮,୧୫