Breaking News

ନାଗ ସାପ ଉଦ୍ଧାର


 ଡେଲାଙ୍ଗ ଥାନା ଅନ୍ତର୍ଗତ ଘୋରଡିଆ ଗ୍ରାମର ମହାବୀର ଛକରେ ଏକ ନାଗ ସାପ ବୁଲୁଥିବା ଆଜି ରାତିରେ ଲୋକମାନେ ଦେଖିବାକୁ ପାଇଥିଲେ । ଲୋକମାନଙ୍କର ପାଟି ତୁଣ୍ଡ ଶୁଣି ସାପଟି ଭୟଭୀତ ହୋଇ ଏକ ସ୍ଥାନରେ ରହି ଯାଇଥିଲା । ସଙ୍ଗେ ସଙ୍ଗେ ସାପ ଧରାଳି ଥେଣ୍ଟାଣା ଗ୍ରାମର ସନ୍ତୋଷ ନାୟକଙ୍କୁ ଖବର ଦିଆଯାଇଥିଲା । ଖବର ପାଇବା ପରେ ସେ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରି ପାଖ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି---୩/୩/୨୦୨୧-----୧୦.୩୦


Blog Archive

Popular Posts