ଶୈବପୀଠ ଗୁଡିକରେ ଜଳିଲା ଜାଗର ଦ୍ୱୀପ ; ବିଳମ୍ବିତ ରାତିରେ ଉଠିଲା ମହାଦ୍ୱୀପ
ଡେଲାଙ୍ଗ ------ ରାଜ୍ୟରେ କୋଭିଡ-୧୯ ଆଇନ ଅନୁଯାୟୀ ଏ ବର୍ଷ ଜାଗରଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଶୈବ ପୀଠ ଗୁଡିକରେ ଭକ୍ତଙ୍କର ସେପରି ଗହଳି ନଥିବା ବେଳେ ଦେକାନ ବଜାର ସେପରି ନଥିଲା । ତଥାପି ଭକ୍ତ ମାନେ ଠାକୁରଙ୍କ ପାଖରେ ଜାଗରଯାତ୍ରା କରିଥିଲେ । ଡେଲାଙ୍ଗ ଅଞ୍ଚଳରେ ଥିବା ବିଶ୍ୱନାଥ ପାହଡ ଶୀର୍ଷ ବିଶ୍ୱନାଥ ଦେବ, ଜଗଦଳପୁର ଗ୍ରାମର ତଳ ବିଶ୍ୱନାଥ, ଅଳଉତା ଗ୍ରାମର ନୀଳକଣ୍ଠେଶ୍ୱର, ପୁରୁଣା ଡେଲାଙ୍ଗ ଗ୍ରାମର ନୀଳକଣ୍ଠେଶ୍ୱର, ହରିରାଜପୁରର ସୋମନାଥ ଦେବ, ହୁମର ଗ୍ରାମର ଗତେଶ୍ୱର, ଇନ୍ଦେଶ୍ୱର, ଧାନକେରା ଗ୍ରାମର କୁମ୍ଭାରଶ୍ୱର, ବୁଧେଶ୍ୱର ବଅଙ୍ଗ ଗ୍ରାମର ସୋମନାଥ ଦେବ ଓ ଡେଲାଙ୍ଗ ଥାନା ପରିସରରେ ଥିବା ବିଶ୍ୱନାଥ ଦେବଙ୍କ ପୀଠରେ ସକାଳୁ ନାମ ସଂକୀର୍ତ୍ତନ ସହ ଯଜ୍ଞଅନୁଷ୍ଠିତ ହୋଇଥିଲା । ରାତିରେ ଥାନା ପକ୍ଷରୁ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ଆଜିର ଦିନରେ ଶିବଙ୍କୁ ଆରଧାନା ସହିତ ତାଙ୍କ ପିୟ କେତକୀ ଫୁଲ , ବେଲପତ୍ର, ଫୁଲ, ନଡିଆ , କଦଳୀ, କ୍ଷୀର , ଚନ୍ଦନ, ଅଗୁର, କର୍ପୁର ଆଦି ପ୍ରସାଦ ଭାବରେ ଚଡାଇଲେ ସେ ପ୍ରସନ୍ନ ହୋଇ ଭକ୍ତଙ୍କର ମାନସିକ ପୂର୍ଣ୍ଣ କରିଥାନ୍ତି । ଏହାକୁ ନଜର କରି କେତକ ଶଦ୍ଧାଳୁ ମାନେ ଉପାସ ରହି ବିଭିନ୍ନ ଶୈବ ପୀଠ ଗୁଡିକରେ ଉଜାଗର ରହି ଦ୍ୱୀପ ଜାଳୁଥିବାର ଦେଖାଯାଇଥିଲା । ସକାଳୁ ସାକଳୁ ଠାକୁରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଶଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ସଂଧ୍ୟାରେ ମନସ୍କାମନା ପୂର୍ଣ୍ଣ ପାଇଁ ସବୁ ବର୍ଗର ଲୋକେ ମନ୍ଦିର ବେଡା ଓ ଚତୁପାଶ୍ୱରେ ଜାଗର ଜାଳି ଶିବ ଉପାସନାରେ ମଜି ରହିଥିବାର ଦେଖାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୧/୩/୨୦୨୧---୧୦,୦୦