Breaking News

ନା ବାଳକ ପାଣିରେ ବୁଡି ମୃତ୍ୟୁ

 ସାକ୍ଷୀଗୋପାଳ-----  ସତ୍ୟବାଦୀ ଥାନା ଅନ୍ତର୍ଗତ ଜୟରାମପୁର ଗ୍ରାମର ଜଣେ ନାବାଳକ ସୁକାନ୍ତ ବରାଳ(୧୬) ପାଣିରେ ବୁଡି ଯାଇ ମୃତ୍ୟୁବରଣ କରିଛନ୍ତି । ସୁଚନାଯୋଗ୍ୟ ଯେ ସୁକାନ୍ତ ଗ୍ରାମ ପୋଖରୀକୁ ଗାଧେଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଯାଇଥିଲେ । ଗ୍ରାମର ଲୋକମାନେ ସୁକାନ୍ତଙ୍କୁ ଉଦ୍ଦାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଯାଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ସତ୍ୟବାଦୀ ପୋଲିସ ଏକ ଅପମୃତ୍ୟୁ କେସରୁଜ କରି ଶବ ଜବତ କରି ବ୍ୟବଛେଦ କରିଥିଲେ । ବ୍ୟବଛେଦ ପରେ ସୁକାନ୍ତଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୩/୨୦୨୧---୫,୧୦

Blog Archive

Popular Posts