ଡେଲାଙ୍ଗ ପ୍ରିମିୟର ଲିଗ ମ୍ୟାଚର ୪ର୍ଥ ଦିବସରେ ଅରେଞ୍ଜ ଓ ଗ୍ରୀନ ଦଳ ବିଜୟୀ
ଡେଲାଙ୍ଗ ----- ଡେଲାଙ୍ଗ ରେଞ୍ଚ ପଡିଆରେ ଚାଲିଥିବା ଡିପିଏଲର ପ୍ରିମିୟର ଲିଗ ମ୍ୟାଚର ୪ର୍ଥ ଦିନରେ ଡେଲାଙ୍ଗ ଅରେଞ୍ଜ ଓ ବ୍ଳାକ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟଚ ଜିତି ଡେଲାଙ୍ଗ ବ୍ଳାକ ଦଳ ବ୍ୟାଟି କରି ୧୨ ଓଭରରେ ୬ ଉଈକେଟ ହରାଇ ୯୦ ରନ କରିଥିଲା ଜବାବରେ ଅରେଞ୍ଜ ଦଳ ୭ ଓଭର ୩ଟି ବଲରେ ୩ ଉଇକେଟ ବିନିମୟରେ ୯୫ ରନ କରି ବିଜୟୀ ହୋଇଥିଲା । ସେହିପରି ଅନ୍ୟ ଏକ ମ୍ୟାଚରେ ଡେଲାଙ୍ଗ ବ୍ଳୁ ସହିତ ଗ୍ରୀନ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ଡେଲାଙ୍ଗ ବ୍ଳୁ ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୧୦ ଉଇକେଟ ହରାଇ ୫୪ ରନ କରିଥିଲେ । ଜବାବରେ ଡେଲାଙ୍ଗ ଗ୍ରୀଦ ଦଳ ୪ ଓଭର ୪ଟି ବଲରେ ୧ ଇଉକେଟ ବିନିମୟରେ ୫୭ ରନ କରି ମ୍ୟାଚ ବିଜୟୀ ହୋଇଥିଲେ । ବିଜୟୀ ଦଳର ବିଶ୍ୱଜିତ ବିଶ୍ୱାଳ ଓଦାମଦର ରାଉତ ମୃାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା । ସଞ୍ଜିତ କୁମାର ବଢ଼େଇ ଓ ଦିଲିପ କୁମାର ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ ସେନାପତି, ୧୪/୩/୨୦୨୧--୫,୧୦