Breaking News

ବେ ଆଇନ ଗୋରୁ ଚାଲଣା ବେଳେ ୫ ଗୋରୁ ଉଦ୍ଦାର ; ଗାଡି ଚାଳକ ଓ ବେପାରୀ ଗିରଫ


 ସାକ୍ଷୀଗୋପାଳ  -----  ପ୍ରତିଦିନ ବେ ଆଇନ ଭାବେ ସାକ୍ଷୀଗୋପାଳରୁ  ଗୋରୁ ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଛି ।  ଆଜି ଏକ ପିକପ ଭ୍ୟାନ ରେ ଅମାନୁଷିକ ଭାବେ ୫ଟି ଗୋରୁ ଚାଲାଣ କରାଯାଉଥିଲା । ୪ଟି ବଳଦ ରହିଥିବା ବେଳେ ଗୋଟିଏ ଗାଇ ରହିଛି । କୌଣସି ସୁତ୍ରରୁ ଖବର ପାଇ ଡେଲାଙ୍ଗ ପୋଲିସ ପିକପ ଭ୍ୟାନଟିକୁ ଅଟକାଇଥିଲେ । ଗାଡି ନଂ ଓଡି- ୧୩- କେ- ୫୬୩୯ । ଡେଲାଙ୍ଗ ଥାନା କେସନଂ ୫୨/୨୦୨୧ରେ ଏକ କେସରୁଜ କରି ଗାଡି ଚାଳକ ଓ ଗୋରୁ ବେପାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ସେମାନେ ହେଲେ ଡେଲାଙ୍ଗ ଥାନା ଗୁଆଚୌକା ଗ୍ରାମର ସମୀର ଶାହା (୩୫), ସାକ୍ଷୀଗୋପାଳ ଥାନା ଅହମ୍ମଦପୁରୁ ଗ୍ରାମର ମୀର ସମିମ୍ମି (୩୨) ବୋଲି ଜଣାପଡିଛି । ଜବତ କରାଯାଇଥିବା ଗୋରୁ ମାନଙ୍କୁ ପଟ୍ଟନାୟକିଆ ସ୍ଥିତ ଶ୍ରୀ ଶ୍ରୀ ଗୋବିନ୍ଦଜୀଉ ଗୋଶାଳାରେ ଛଡା ଯାଇଛି । ଏ ସମ୍ପର୍କରେ ଗୋଶାଳର ସଭାପତି ମହେଶ୍ୱର ପ୍ରଧାନ କହନ୍ତି ପ୍ରତିଦିନ ବେଆଇନ ଭାବେ ଗୋ ଚାଲାଣ କରାଯାଉଛି । ପୋଲିସ ଅଧିକାରୀ ମାନଙ୍କ କାର୍ଯ୍ୟକଳାପ ଏବେ ସନ୍ଦେହ ଘେରକୁ ଆସିଛି । ଏହା ଆଗରୁ  ଗୋପ୍ରେମୀ , ଗୋଶାଳା ର କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଥାନା ଅଧିକାରୀ ମାନଙ୍କୁ ବେଅ୍ରାଇନ ଗୋ ଚାଲାଣ ହେଉଥିବା ସମ୍ପର୍କରେ ଅଭିଯୋଗ ଦିଆଯାଇଛି ।  ମାତ୍ର ସେପରି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବା ପୋଲିସ ଓ ପ୍ରଶାସନ ପ୍ରତି ସନ୍ଦେହ ଜାତ ସୃଷ୍ଟି କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୩/୨୦୨୧---୫,୧୦

Blog Archive

Popular Posts