ଦୁଇ ପଞ୍ଚାୟତରେ କଂଗ୍ରେସ ଦଳର ବୈଠକ ଓ ସଭାପତି ଚୟନ
ସାକ୍ଷୀଗୋପାଳ ନିଉଜ :- ବରଗଡ ଜିଲ୍ଲା ଭେଡେନ ରୁଷୁଡା ଓ ମାନପୁର ପଞ୍ଚାୟତର କଂଗ୍ରେସ କର୍ମୀ ମାନଙ୍କ ର ପୃଥକ ପୃଥକ ଭାବେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଏଥିରେ ଅତିଥି ଭାବେ ଦୋଳଗୋବିନ୍ଦ ବେହେରା, ମାଧବ ସାହୁ ଓ ଗୋବିନ୍ଦ ସାହୁ ଯୋଗ ଦେଇଥିଲେ। ବୈଠକରେ କଂଗ୍ରେସ ଦଳ ସାଙ୍ଗଠନିକ ଓ ପଞ୍ଚାୟତ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା।
ସର୍ବ ସମ୍ମତି କ୍ରମେ ରୁଷୁଡା ପଞ୍ଚାୟତର କଂଗ୍ରେସ ସଭାପତି ଭାବେ ଭାରତ ବାବୁ ଓ ମାନପୁର ପଞ୍ଚାୟତର ସଭାପତି ଭାବେ ରୂପେଶ ଡୋରା ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା। ଏହି ଉଭୟ ବୈଠକରେ ରୁଷୁଡା ଓ ମାନପୁର ପଞ୍ଚାୟତ ର ରମାକାନ୍ତ ବଗର୍ତ୍ତୀ, କମଲା କାନ୍ତ ଭଏନା, ମାଙ୍ଗି ଦଣ୍ଡସନା, ସୁରେନ୍ଦ୍ର ପୋଢ, ପୂର୍ଣ୍ଣ ଚନ୍ଦ୍ର ଦାନୀ, ଜପ ମଲ୍ଲିକ, ଶ୍ରୀକାନ୍ତ ମେହେର ପ୍ରମୁଖ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ , ୧୨/୩/୨୦୨୧----୮,୧୫