ହରିରାଜପୁର ଓ ଡେଲାଙ୍ଗ ହାଟ ମେଳଣ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଡେଲାଙ୍ଗ ----- ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ହେଉଛି ହରିରାଜପୁର । ସେହିପରି ଡେଲାଙ୍ଗ ହାଟ ମେଳଣ ବା ସଜ ମେଳଣ ଭାବେ ବେଶ ପରିଚିତ । ଏହି ଦୁଇଟି ମେଳଣକୁ ହଜାର ହଜାର ସଂଖ୍ୟାର ଭକ୍ତ ମାନେ ଆସିଥାନ୍ତି । କୋଭିଡ-୧୯ ଆଇନ ଅନୁଯାୟୀ ଶୁକ୍ରବାର ଡେଲାଙ୍ଗ ବ୍ଳକ ପରିସରରେ ବିଜୁ ପଟ୍ଟନାକୟ ସମ୍ମଳନୀ କକ୍ଷରେ ମେଳଣ ପରିଚାଳନା କମିଟି ର ସଦସ୍ୟ ଓ ବ୍ଳକ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଢ଼ାଇ ଅଧ୍ୟକ୍ଷତା କରିଥିଲେ । ପିପିଲି ଏସଡିପିଓ ଦେବଦତ୍ତ ବରାଳ , ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହିଥିଲେ । ଏହି ଦୁଇ ମେଳଣ କମିଟିର ସଦସ୍ୟ ମାନେ ରାଜ୍ୟ ସରକାରଙ୍କ କୋଭିଡ-୧୯ ଆଇନକୁ ମାନି ମେଳଣ କରିବାକୁ କମିଟି ସଦସ୍ୟ ମାନେ ପ୍ରସ୍ତାବ ଦେଇଥିଲେ । ଏ ସମ୍ପର୍କରେ ବ୍ଳକ ପ୍ରଶାସନ ତୁରନ୍ତ ଜିଲ୍ଲା ପ୍ରଶାସନକୁ ଜଣାଇବା ପାଇଁ ଅନୁରୋଧ କରାଯାଇଥିଲା । ସରକାରଙ୍କ ନୀତି ନିୟମ ଅନୁସାରେ ମେଳଣ କରିବାକୁ ଚେଷ୍ଟା କରାଯିବ ବୋଲି ଅଧିକାରୀ ମାନେ କ଼ହିଛନ୍ତି । ଆସନ୍ତା ମଙ୍ଗଳବାର ଦିନ ଶେଷ ବୈଠକ ହେବ ଏଥିରେ ମେଳଣ କିପରି ହେବ ତାହା ଜଣାପଡିବ ବୋଲି ମେଳଣ କମିଟିର ସଦସ୍ୟ ମାନେ କହିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୨/୩/୨୦୨୧----୭,୫୯