Breaking News

ଗାନ୍ଧୀଜୀଙ୍କ ଓଡିଶା ଆଗମନ ଏବଂ ଓଡିଶା କଂଗ୍ରେସର ଶତବାର୍ଷିକୀ ପୂର୍ତ୍ତିୀ ଅବସରରେ ବେରବୋଇ ଠାରୁ ଦାଣ୍ଡମୁକୁନ୍ଦପୁର ପର୍ଯ୍ୟନ୍ତ କଂଗ୍ରେସର ପଦଯାତ୍ରା


 ଡେଲାଙ୍ଗ --- ଗାନ୍ଧୀଜୀଙ୍କ ଓଡିଶା ଆଗମନ ଏବଂ ଓଡିଶା କଂଗ୍ରେସର ଶତବାର୍ଷିକୀ ପୂର୍ତ୍ତିୀ ଅବସରରେ ଡେଲାଙ୍ଗର ବେରବୋଇ ଗାନ୍ଧୀ ପୀଠ ଠାରୁ ଦାଣ୍ଡମୁକୁନ୍ଦପୁର ପର୍ଯ୍ୟନ୍ତ କଂଗ୍ରେସର ଐତିହାସିକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।  ସୁଚନା ଯୋଗ୍ୟ ଯେ ଆଜକୁ ଶହେ ବର୍ଷ ପୂର୍ବେ ସ୍ୱରାଜପ୍ରାପ୍ତି ଅଭିଯାନରେ ୧୯୨୧ ମାର୍ଚ୍ଚ ୨୩ ତାରିଖରେ ମହାତ୍ମାଗାନ୍ଧୀ, ପତ୍ନୀ କସ୍ତୁରବା ଏବଂପୁତ୍ର ଦେବଦାସଙ୍କ ସହ ପ୍ରଥମ ଓଡିଶା ଗସ୍ତ କରିଥିଲେ । କଟକ ରେଳ ଷ୍ଟେସନ ଠାରେ ନାଗପୁର କଂଗ୍ରେସର ସଂକଳ୍ପ ଅନୁଯାୟୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ପ୍ରଥମ ପ୍ରାଦେଶିକ ଓଡିଶା ( ଉତ୍କଳ) କଂଗ୍ରେସ କମିଟିର ସଭାପତି ଭାବେ ନିର୍ବାଚିତ ହୋଇ ଗାନ୍ଧୀଜୀଙ୍କୁ ଓଡିଶାରେ ସ୍ୱାଗତ କରିଥିଲେ । ଏହି କଥାକୁ ସ୍ମରଣ କରିବା ପାଇଁ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜଙ୍କ ନେତୃତ୍ୱରେ ପଦଯାତ୍ରା ଆରମ୍ଭ ହୋଇଛି ।

ଏଥିରେ ରାଜ୍ୟ କଂଗ୍ରେସ ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, କଂଗ୍ରେସର ମୁଖପାତ୍ର ତଥା ଅଇନଜୀବୀ ନିଶିକାନ୍ତ ମିଶ୍ର, ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ବିଜୟାଲକ୍ଷ୍ମୀ ସାହୁ, ରାଜ୍ୟ ମହିଳା କଂଗ୍ରେସର ସମ୍ପାଦିକା ନିରୁପମା ପାତ୍ରଙ୍କ ସହ ଉମା ବଲ୍ଲବ ରଥ, ପଞ୍ଚାନନ କାନୁନ ଗୋ, ଡେଲାଙ୍ଗ ବ୍ଳକ କଂଗ୍ରେସ ସଭାପତି ରବି ଦାଶଙ୍କ ସହିତ ବିଭିନ୍ନ କଂଗ୍ରେସ ସ୍ତରୀୟ ନେତା ମାନେ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ପ୍ରଥମେ ବେରବୋଇ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ, ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଗାନ୍ଧିଙ୍କ ପିୟ ଭଜନ ରାମଧ୍ୱନ ଗାନ କରାଯିବା ପରେ ଏକ ପ୍ରଥପ୍ରାନ୍ତ ସଭା କରାଯାଇ କଂଗ୍ରେସ ଦଳର ଆଭିମୁଖ୍ୟ ଓ ଗାନ୍ଧୀଜିଙ୍କ ଆଭିମୁଖ ଉପରେ ଆଲୋକପାତ କରାଯିବା ପରେ ପନଯାତ୍ରା ଆରମ୍ଭ କରାଯାଇଥିଲା । ପନଯାତ୍ରା ସମୟରେ ନାମସଂକୀର୍ତ୍ତନ କରାଯାଇ କଂଗ୍ରେସର ନେୃତ୍ୱମଣ୍ଡଳୀୟ ସ୍ତରୀୟ ନେତା ମାନଙ୍କ ସହ ଶତାଧିକ ପୁରୁଷ ମହିଳା କଂଗେଅସ କର୍ମୀ ମାନେ ଏହି ପଦଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୩/୩/୨୦୨୧---୧୨,୩୫

Blog Archive

Popular Posts