Breaking News

ଡେଲାଙ୍ଗ ରୁ ପ୍ରକୃତି ସୁରକ୍ଷା ବାର୍ତ୍ତା ଦେଲେ ଆଇନଜୀବୀ ହୃଷିକେଶ ପାଢ଼ୀ



ଡେଲାଙ୍ଗ---- ସବୁଜ ଡେଲାଙ୍ଗ ଟ୍ରଷ୍ଟ ର ଅଧ୍ୟକ୍ଷ  ତଥା ଆଇନଜୀବୀ ହୃଷିକେଶ ପାଢ଼ୀ ଙ୍କ ପ୍ରକୃତି ସୁରକ୍ଷା ସଚେତନତା ବ୍ୟାନର କୁ ଡେଲାଙ୍ଗର ଅତିରିକ୍ତ ବି.ଡି.ଓ   ପ୍ରଦୀପ ନାୟକ  ଉନ୍ମୋଚନ କରିଥିଲେ । ପୃଥିବୀରୁ ବିଭିନ୍ନ ପ୍ରଜାତିର କୀଟ ଙ୍କ ସମେତ ଚିଲ, ଶାଗୁଣା, ଶାଳିଆପାତନି, ବଣି, ଘରଚଟିଆ, ଡ଼ଲଫିନ କଇଁଛ, କଙ୍କି, ବାରହା, ଠେକୁଆ, ଆଦି ବଂଶ ଲୋପ ପାଇଯାଉଛି । ପରିବେଶ ଉପରେ ଏହାର କୁ -ପ୍ରଭାବ ପଡୁଛି । ଜଙ୍ଗଲ ନଷ୍ଟ ହେବାରୁ ହାତୀ ତଥା ବନ୍ୟଜନ୍ତୁ ମାନେ ଜନବସତି ମୁଁହା ହେଉଛନ୍ତି ।
ଏଇ ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ପାଢ଼ୀଙ୍କର ଏତାଦୃଶ ଉଦ୍ୟମକୁ ଭୁରି ପ୍ରଂଶସା କରିଥିଲେ । ଏହାପରେ ଶ୍ରୀଯୁକ୍ତ ପାଢ଼ୀ ଡେଲାଙ୍ଗ ବନାଞ୍ଚଳ ଅଫିସ ଅଭିମୁଖେ  ବ୍ୟାନର ଧରି ଯାତ୍ରାରମ୍ଭ କରିଥିଲେ । ରେଞ୍ଜ ଅଫିସ ରେ କଣାସ ଫରେଷ୍ଟର ଓ ଡେଲାଙ୍ଗ ଫରେଷ୍ଟର ଶ୍ରୀଯୁକ୍ତ ପାଢ଼ୀ ଙ୍କୁ ସ୍ୱାଗତ କରିବା ସହ ପ୍ରକୃତି ସୁରକ୍ଷା ବ୍ୟାନର ଟିକୁ  ସର୍ବ ସାଧାରଣ ରେ ପ୍ରଦର୍ଶନ କରିଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି,୧୧/୩/୨୦୨୧----୯,୫୦

Blog Archive

Popular Posts