ଟ୍ରକ୍ ଧକ୍କାରେ ସାଇକେଲ ଆରୋହୀଙ୍କର ମୃତ
ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର କୃପାଜଳ ଇଞ୍ଜିନିୟରିଂ କଲେଜ ନିକଟରେ ବୁଧବାର ରାତିରେ ଏକ ଟ୍ରକ୍ ଧକ୍କାରେ ଜଣେ ଅଜଣା ସାଇକେଲ ଚାଳକଙ୍କର ମୃତ୍ୟୁ ଘଟିଛି । ରାତି ପ୍ରାୟ ୮ଟା ସମୟରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଆସୁଥିବା ଏକ ଟ୍ରକ୍ କୃପାଜଳ କଲେଜ ନିକଟରେ ସାଇକେଲରେ ଯାଉଥିବା ଜଣେ ଯୁବକଙ୍କୁ ପଛରୁ ଧକ୍କା ଦେବାରୁ ସେ ତଳେ ପଡି ଯାଇଥିଲେ । ସହ ତାଙ୍କ ଉପରେ ଟ୍ରକର ଚକା ଚଢି ଯାଇଥିଲା । ଫଳରେ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଖବର ପାଇ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ରଶ୍ମିରଞ୍ଜନ ପୃଷ୍ଟି ସେଠାରେ ପହଞ୍ଚି ଟ୍ରାଫିକ୍ ନିୟନ୍ତ୍ରଣ କରିବା ସହ ସ୍ଥାନୀୟ ଲୋକଙ୍କ ସହଯୋଗରେ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ । ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ର ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ମୃତକଙ୍କ ପରିଚୟ ଜଣାପଡିନାହିଁ । ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଓ ସାଇକେଲ୍କୁ ଜବତ କରି ତଦନ୍ତ ଜାରି ରଖିଛି ।
ପିପିଲିରୁ ବିଜୟ କୁମାର ମହାପାତ୍ର—୩/୩/୨୦୨୧---- ୧୦.୩୩