କୋଦଳା ଛୁଞ୍ଚିପଡା ରାସ୍ତା ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
-କୋଦଳା -ପର୍ଯ୍ୟଟନ ସ୍ଥଳ ମା ସିଂହାସନି ଙ୍କ ନିକଟକୁ ଯିବା ନିମନ୍ତେ ଯାତ୍ରୀ ମାନଙ୍କ ପାଇଁ ଓ ୨୨ଖଣ୍ଡ ଆଦିବାସୀ ଗ୍ରାମକୁ ସଂଯୋଗ କରୁଥିବା କୋଦଳା ଛୁଞ୍ଚିପଡା ୧୦ କିଲୋମିଟର ରାସ୍ତାର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ପୂର୍ତ୍ତବିଭାଗ ଓଡିଶା ସରକାର ରାଜ୍ୟ ଯୋଜନା ଅନୁଦାନ ରୁ ସାତକୋଟି ଦୁଇଲକ୍ଷ ବ୍ୟୟ ବରାଦ କରାଯାଇଛି । ନିର୍ମିତ ହେବାକୁ ଥିବା ରାସ୍ତାକୁ ମୁଖ୍ୟ ଅତିଥି ଭାବେ ମାନ୍ୟବର ଆସିକା ସାଂସଦ ପ୍ରମିଳା ବିଶୋଇ ଓ ସମ୍ମାନିତ ଅତିଥି ଭାବେ ମାନ୍ୟବର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ଆନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏକ ବର୍ଣ୍ଣାଢ୍ୟ ପରିବେଶ ରେ ଶତାଧିକ ମହିଳା ,ପୁରୁଷଙ୍କ ଉପସ୍ଥିତି ରେ ପୂର୍ତ୍ତବିଭାଗ ଏସଡ଼ିଓ ଲୋକେଶ୍ୱର ପାତ୍ର, କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ବିଶୋଇ, କନିଷ୍ଠ କିରାଣୀ ପ୍ରଭାକର ପୋଲାଈ ଙ୍କୁ ତତ୍ୱାବଧାନ ରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ ରାସ୍ତାର ପ୍ରଶସ୍ତିକରଣ ହେବାଦ୍ୱାରା ୨୨ ଖଣ୍ଡ ଆଦିବାସୀ ଗ୍ରାମ ର ଜନସାଧାରଣ ଉପକୃତ ହେବାସହିତ ପ୍ରସିଦ୍ଧ ମା ସିଂହାସନି ଦର୍ଶନ ନିମନ୍ତେ ଯାତ୍ରୀମାନଙ୍କ ରାସ୍ତା ସୁଗମ ହୋଇପାରିବ ବୋଲି ବିଧାୟିକା ପ୍ରକାଶ କରିଥିଲେ । ଉତ୍ତମ ମାନର କାର୍ଯ୍ୟ ସହିତ ନିର୍ଦ୍ଦିଷ୍ଟ ସମୟସିମା ମଧ୍ୟ ରେ କାର୍ଯ୍ୟ ଶେଷ କରିବା ପାଇଁ ବଜରଙ୍ଗୀ କନଷ୍ତ୍ରାକ୍ସନ ଠିକାଦାର ଧରଣୀଧର ପଣ୍ଡାଙ୍କୁ କହିଥିବା ଜଣାପଡ଼ିଛି । ଏହି ରାସ୍ତା ର ପ୍ରଶସକ୍ତିକରଣ ହେବା ଫଳରେ ଆଦିବାସୀ ଅଞ୍ଚଳ ଅଧିବାସୀ ଉପକୃତ ହୋଇପାରିବେ ବୋଲି ସାଂସଦ ପ୍ରମିଳା ବିଶୋଇ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ନଗର ବିଜେଡି ସଭାପତି ସଂଜୀବ କୁମାର ସାହୁଙ୍କ ସମେତ ବହୁ ବିଜେଡି କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ ।
ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ ,୪/୩/୨୦୨୧----୫,୩୦