ଚୋରୀ ଅଭିଯୋଗରେ ଜଣେ ଗିରଫ
ଡେଲାଙ୍ଗ----ଡେଲାଙ୍ଗ ଥାନା ଅର୍ନ୍ତଗତ ଜେନାପୁର ପଞ୍ଚାୟତର ମାଣଚିନା ଗ୍ରାମର ସୋମନାଥ ବିଶ୍ୱାଳଙ୍କର ଏକ ଟ୍ରାକ୍ଟର ଡାଲାୠତ ମାସ ୨୬ ତାରିଖରେ ଚୋରି ହୋଥିଲା । ଏ ସମ୍ପର୍କରେ ସେ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗ୍ରହଣ କରି ଡେଲାଙ୍ଗ ପୋଲିସ ୪୨/୨୧ରେ ଏକ କେସରୁଜ କରି ତଦନ୍ତ ଜାରି ରଖିଥଲା । ବିଶେଷ ସୁତ୍ରରୁ ଖବର ପାଇ ଡେଲାଙ୍ଗ ଥାନା ଅଧିକାରୀ ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଡେଲାଙ୍ଗ ପୋଲିସ କଟକ ଜିଲା ବୈଦେଶ୍ୱର ଥାନା ଅନ୍ତର୍ଗତ ପଣ୍ଡଲନ ଗ୍ରାମର ପ୍ରଫୁଲ୍ଲ ଦାସଙ୍କୁ ଗିରଫ କରିବା ପରେ ତାଙ୍କ ଠାରୁ ଏକ ଚୋରା ଟ୍ରାକ୍ଟରକୁ ପୁଲିସ ଜବତ କରିଛି । ପ୍ରଫୁଲ୍ଳ ଉକ୍ତ ଚୋରି ଟ୍ରାକ୍ଟର ଡାଲା ବଳଙ୍ଗା ଥାନା ଅନ୍ତର୍ଗତ ଷୋଳହଳ ଗ୍ରାମରେ ବିକ୍ରି କରିଥିବା କଥା ପୋଲିସ ଆଗରେ ମାନିଥିଲା । ପୁଲିସ ଷୋଳହଳ ଗ୍ରାମରୁ ଉକ୍ତ ଚୋରି ଟ୍ରାକ୍ଟର ଡାଲା ଜବତ କରିଥିବା ସଂପର୍କରେ ଆଇଆଇସି ରଶ୍ମିରଂଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଅଭିଯୁକ୍ତ ପ୍ରଫୁଲଙ୍କୁ ଡେଲାଙ୍ଗ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩/୩/୨୦୨୧----୧୦,୪୦