ଅଟୋ ପଛକୁ ପିଟିଲା କାର; ଅଟୋରେ ଥିବା ତିନିଜଣ ଆହତ
ସାକ୍ଷୀଗୋପାଳ------ ପୁରୀ ରୁ ଅଟୋରେ ଭୁବନେଶ୍ୱର ଯାଉଥିବା ବେଳେ ପୁରୀ- ଭୁବନେଶ୍ୱର ୩୧୬ ନଂ ଜାତୀୟ ରାଜପଥର ବୀରଗୋବିନ୍ଦପୁର ପ୍ରେଟୋଲ ପମ୍ପ ନିକଟରେ ଅଟୋ ପଛକୁ ଧକ୍କା ଦେଇଥିଲା ଏକ କାର । ଅଟୋରେ ଥିବା ଦୁଇଜଣ ମହିଳା ଓ ଜଣେ ଯୁବକ ଆହତ ହୋଇଛନ୍ତି । ସେମାନେ ହେଲେ ଭୁବନେଶ୍ୱର ୟୁନିଟ-୪ର ମମତା ଡାକୁଆ( ୪୫) , ଡଲି ଡାକୁଆ(୨୫) ଓ ଜଗନ ଡାକୁଆ(୧୮) ପୁରୀରୁ ଓଡି- ୦୨- ଏଚ- ୫୧୦୨ ଅଟୋ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । ପୁରୀରୁ ଓଡି- ୩୩- ଏକ୍ସ-୩୬୬୮ କାର ଭୁବନେଶ୍ୱର ଯାଉଥିବା ସମୟରେ କାରଟି ଅଟୋର ପଛ ପଟେ ଧକ୍କା ହେଇଥିଲା । ଯାହା ଫଳରେକି ଜଗନଙ୍କର ମୁଣ୍ଡ ଫାଟି ଯାଇଥିଲା ଓ ମମତା , ଡଲିଙ୍କର ଗୋଡ, ହାତ,ମୁଣ୍ଡରେ ଆଘାତ ଲାଗିଥିଲା । ସତ୍ୟବାଦୀ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ସାକ୍ଷୀଗୋପାଳ ମେଡିକାଲକୁ ପଠାଇଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ହେବା ପରେ ସେମାନେ ଘରକୁ ପଳାଇଥିବା ଜଣାପଡିଛି । ସତ୍ୟବାଦୀ ପୋଲିସ ଦୁର୍ଘଟଣା ଗସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଥିବା ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୩/୨୦୨୧----୭,୪୮