Breaking News

ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ସହିତ ମହିଳା ଦିବସ ପାଳନ


  ଡେଲାଙ୍ଗ----ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଟାଙ୍ଗୀଭଁସରରେ ଆନ୍ତର୍ଜାତୀୟ ମହିଳା ଦିବସ ସହିତ ବୃକ୍ଷ ରୋପଣ କରାଯାଇଛି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ହରିରାଜପୁର ଗ୍ରାମ ପଞ୍ଚାୟତର ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଟାଙ୍ଗୀଭଁସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହେବା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।  ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗନ୍ନାଥ ମିଶ୍ର। 
ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସଖି ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗନ୍ଧର୍ବରାଜ ମହାନ୍ତି, ଗ୍ରାମର ବରିଷ୍ଠ ନାଗରିକ ବୈକୁଣ୍ଠ ନାଥ ସାହୁ, ବିଦ୍ୟାଳୟ ମାତୃ କମିଟିର ସଦସ୍ୟା, ନିଖିଳ ଉତ୍କଳପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳ ଡେଲାଙ୍ଗର ସଭାପତି ମିଟୁ କିଶୋର ପ୍ରଧାନ, ଶିକ୍ଷକ ସୁଧୀର କୁମାର ଜେନା ପ୍ରଭୃତି ଯୋଗଦେଇଥିଲେ। ବକ୍ତାମାନେ ମହିଳାମାନେ କିଭଳି ସଶକ୍ତି ହୋଇ କାର୍ଯ୍ୟ କରିବେ ମନ୍ତବ୍ୟ ଦେଇଥିଲେ । ମିଟୁ କିଶୋର ପ୍ରଧାନ ପ୍ରତ୍ୟେକ ମହିଳାମାନଙ୍କୁ ବୃକ୍ଷ ଚାରା ଦେବାସହିତ ବିଦ୍ୟାଳୟ ପରିସରରେ ନଡ଼ିଆ  ଓ ସ୍ଵର୍ଣ୍ଣ ଚମ୍ପା ଚାରା ରୋପଣ କରାଯାଇଥିଲା। ଶେଷରେ ସଖି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି,୯/୩/୨୦୨୧----୯,୧୫

Blog Archive

Popular Posts