Breaking News

ଅକ୍ଷୟ ମିଶ୍ର ସ୍ମାରକି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ଉଛୁପୁର କ୍ରିକେଟ କ୍ଳବ ଚମ୍ପିୟାନ


 ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗଡବଳରାମପୁର ଗ୍ରାମ ପଞ୍ଚାୟତର ବୁଢ଼ାକେରା ଗ୍ରାମ ପଡିଆରେ ଅନୁଷ୍ଠିତ ଅକ୍ଷୟ ମିଶ୍ର  କ୍ରିକେଟ ୨୦୨୧ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।  ଏଥିରେ ଆଠଟି ଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ ଉଛୁପୁର ଓ ରୂପଦେଇପୁର  କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରୂପଦେଇପୁର ଦଳ ଟଚ ଜିତି ପ୍ରଥମେ ବ୍ୟାଟିଂ କରି ୧୬ ଓଭରରେ ୮ ଉଇକେଟ ବିନିମୟରେ ୧୨୧ ରନ କରିଥିଲା । ଜବାବରେ ଉଛୁପୁର କ୍ରିକେଟ ଦଳ ୯ ଓଭର ୫ଟି ବଳରେ ୪ ଉଇକେଟ ହରାଇ ୧୨୨ ରନ କରି ଚମ୍ପିୟାନ ହୋଇଥିଲା । ମାନସ କୁମାର ମାଝୀ ଓ ସୂର୍ଯ୍ୟକାନ୍ତ ନାୟକ ଖେଳ ପରିଚାଳନା କରିଥିଲେ ।ପୁରଷ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ, ଚଳଚିତ୍ରତାରକା ତଥା ରାଜ୍ୟ ବିଜେଡି ଦଳର ସମ୍ପାଦିକା ଏଲିନା ଦାଶ, ସ୍ଥାନୀୟ ସରପଞ୍ଚପବିତ୍ର ମୋହନ ସ୍ୱାଇଁ ଓ ନାଏବ ସରପଞ୍ଚ  ଦାଶରଥି ପରିଡା ପ୍ରମୁଖ ଯୋଗ ଦେଇ ଚମ୍ପିୟାନ ଦଳକୁ ୧୩ ହଜାର ଟଙ୍କା ଓ ଟ୍ରଫି ରନର୍ସ ଦଳକୁ ୯ ହଜାର ଟଙ୍କା ଟ୍ରଫି ପ୍ରଦାନ କରିଥିଲେ ।ଅକ୍ଷୟ ମିଶ୍ର ଯୁବକ ସଂଘ ପକ୍ଷରୁ ନିରଞ୍ଜନ ପ୍ରଧାନ ଓ ଦୀପୁ ପ୍ରଧାନଙ୍କ ସହିତ ଅନ୍ୟ ସଦସ୍ୟ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୩/୨୦୨୧---୫,୧୫

Blog Archive

Popular Posts