ଭାରତ ବିକାଶ ଓ ଅଳଗୁମ ଗ୍ରାମ ପଞ୍ଚାୟତ ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳନ
ସାକ୍ଷୀଗେ।।ପଳ---ଭାରତ ବିକାଶ ପରିଷଦର ସତ୍ୟବାଦୀ ଶାଖା ଓ ଅଳଗୁମ ଗ୍ରାମବାସୀଙ୍କ ପକ୍ଷରୁ ଅଳଗୁମ, ମାଳିସାହି ଓ ଡିହପଡାରେ ଥିବା ତିନୋଟି ପୋଖରୀରୁ ଦଳ ସଫା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୭୦ରୁ ୮୦ ଜଣ ଗ୍ରାମବାସୀ ଓ ଭାରତ ବିକାଶ ପରିଷଦ ସଦସ୍ୟ ମାନେ ସହଯୋଗ କରିଥିଲେ । ପୋଖରୀକୁ ସ୍ୱଚ୍ଛ ଓ ନିର୍ମଳ ରକିବା ପାଇଁ ଗ୍ରାମ ବାସୀ ମାନଙ୍କୁ ସଚେତନତା କରାଯାଇଥିଲା । ଏହି ଅବସରରେ ଭାରତ ବିକାଶ ପରିଷଦ ପକ୍ଷରୁ ବୃକ୍ଷ ରୋପଣ କରିବା ସହିତ ବାତ୍ୟା ବିପନ୍ନ ପରିବାରଙ୍କୁ ମଶାରୀ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଳଗୁମ ମୋଟି ଭେଟର ଯଯାତି କେଶରୀ ରାୟ. ଶଚୀକାନ୍ତ ବରାଳ, ସୁମନ୍ତ ବରାଳ, ପବି ସେଠୀ, ସନାତନ ବିଶ୍ୱାଳ, ପ୍ରମୋଦ କୁମାର ପ୍ରଦାନ, ଲିଙ୍ଗରାଜବରାଳ, ଦିଲିପ କୁମାର ବିଶ୍ୱାଳ ଓ ଭାରତ ବିକାଶ ପରିଷଦର ସତ୍ୟବାଦୀ ଶାଖାର ସଭାପତି ସତ୍ୟବାଦୀ ଦାଶଙ୍କ ସହିତ ସୁଶାନ୍ତ ରଥ, ନବଘନ ଶତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି