ପଟ୍ଟନାୟିକଆ ଛକରେ ଟ୍ରିପଲ୍ ମର୍ଡର ଘଟଣାର ୨୪ ଘଣ୍ଟା ପୁରିଗଲା ପୋଲିସ ହାତ ଖାଲି ; ଦୁବୁର୍ତ୍ତ ମାନଙ୍କର ପୋଲିସକୁ ଚାଲେଞ୍ଜ
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ପଟ୍ଟନାୟକିଆଛକ ଠାରେ ରବିବାର ଅପରାହ୍ନ୪ଟା ସମୟରେ ଗୋଟିଏ ପରିବାରର ଟ୍ରିପଲ୍ ମର୍ଡର କରାଯାଇଥିଲା । ଏହି ଘଟଣା ହେବାର ୨୪ ଘଣ୍ଟା ପରେ ମଧ୍ୟ ପୋଲିସ ହାତ ଖାଲି । ଅଭିଯୁକ୍ତ ମାନେ ପୋଲିସକୁ ଖୋଲା ଖୋଲି ଭାବେ ଚାଲେଞ୍ଜ ଦେଇଥିବା ଜନସାଧାରଣରେ ଆଲେଚନା ହୋଉଛି । ସୁଚନାଯୋଗ୍ୟଯେ ବ୍ୟବସାୟିକ, ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଗୋଟିଏ ପରିବାରର ତିନିଜଣଙ୍କୁ ପୋଲିସ ଓ ଲୋକମାନଙ୍କ ଆଗରେ ଦୁବୁର୍ତ୍ତ ମାନେ ବିଭିନ୍ନ ମାରଣାସ୍ତ୍ରରେ ସଜିତ ହୋଇ ଜଣକ ପରେ ଜଣଙ୍କୁ ହାଣି ହତ୍ୟା କଲେ । ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସଦାନନ୍ଦପୁର ଗ୍ରାମର କୃର୍ଷ୍ଣଚନ୍ଦ୍ର ବେହେରା(୪୫) ପୂର୍ଣ୍ଣ ଚନ୍ଦ୍ର ବେହେରା(୪୭) ପଞ୍ଚୁ ବେହେରା ( ୪୪) । ଘଟଣା ଘଟିବା ସ୍ଥଳରେ ପୋଲିସର ଅସ୍ଥାୟୀ ଆଉଟପୋଷ୍ଠ ମାତ୍ର ୨୦ ଫୁଟ ଦୁରରେ ଏହି ଘଟଣା ଘଟିଛି । ସତ୍ୟବାଦୀ ଥାନାରେ ମର୍ଡର ହୋଇଛି ସତ ମାତ୍ର ଏପରି ଟ୍ରିପଲ୍ ମର୍ଡର ହୋଇନଥିଲା । ଏପରି ଘଟଣା ସତ୍ୟବାଦୀ ଥାନାରେ ପ୍ରଥମ ବୋଲି ବୁଦ୍ଧଜିବୀ ମାନେ କହନ୍ତି । ଗତ କାଲି ଶବ ପୋଲିସ ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିଲା । ଆଜି ଶବ ବ୍ୟବଛେଦ ହେବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପୁରୀ ସ୍ୱର୍ଗଦ୍ୱାର ରେ ଶୋକାକୁଳ ପରିବେଶଷର ତିନୋଟି ଜୁଇ ଜଳିଥିଲା । ମୃତକଙ୍କ ପୁତୁରା ପ୍ରଶାନ୍ତ ବେହେରା ସତ୍ୟବାଦୀ ଥାନାରେ ସଦାନନ୍ଦପୁର ଗ୍ରାମର ୮ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଛି । ଅଭିଯୋଗ ପାିବା ପରେ ଥାନା କେସନଂ- ୧୧୪/୧୯ରେ ଏକ କେସରୁଜ କରି ତଦନ୍ତ ଚାଲିଥିବା ସତ୍ୟବାଦୀ ଥାନା ସେକେଣ୍ଡ ଅଫିସର ରବୀନ୍ଦ୍ର କୁମାର ନନ୍ଦଙ୍କ ଠାରୁ ପ୍ରକାଶ । ଅନ୍ୟ ପକ୍ଷେ ପିପିଲି ଏସଡିପିଓ ଦେବଦତ୍ତ ବରାଳ ଉକ୍ତ କେସର ତଦନ୍ତ ଅଧିକାରୀ ଭାବେ ରହିଥିବା ଜଣାପଡିଛି । ଉକ୍ତ କେସରେ ଜଡିତ ଥିବା ସନ୍ଦେହ କରି ୪ଜଣଙ୍କୁ ପୋଲିସ ଅଟକ ରଖି ପଚାରା ଉଚରା କରୁଥିବା ଜଣାପଡିଛି । ଉକ୍ତ ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ୩ ପ୍ଳାଟୁନ ଫୋର୍ସ ମୃତ୍ୟୁୟନ ରହିଛନ୍ତି । ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ପାଇଁ ବିଭିନ୍ନ ଯାଗାରେ ଚଡାଉ ଜାରି ରହିଛି । ବହୁ ଶିଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ ଶ୍ରୀ ବରାଳଙ୍କ ଠାରୁ ସୂଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ମୃତକଙ୍କ ଫାଇଲି ଫଟୋ
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ମୃତକଙ୍କ ଫାଇଲି ଫଟୋ