Breaking News

ଜିଲ୍ଲାପାଳଙ୍କ ଜନଶୁଣାଣିରେ ୧୦୮ ଅଭିଯୋଗ ; ବିଚାରଶୁନ୍ୟ

ଅତାବିରା--- ବରଗଡ ଜିଲ୍ଲାର ଅତାବିରା ବ୍ଳକ ପରିସରରେ ସୋମବାର ଦିନ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ  ଗ୍ରାମ ପଞ୍ଚାୟତର ଲୋକମାନେ ଜିଲ୍ଲା ପ୍ରଶାସନ ଠାରୁ ନ୍ୟାୟ ପାଇବା ପାଇଁ ଆସିଥିଲେ  । ମାତ୍ର ନ୍ୟାୟ ପାଇବା ପରିବର୍ତ୍ତେ ନାଲି ,ହଳଦିଆ, କାଗଜ ଖଣ୍ଡେ ପାଇ ଘରକୁ ଫେରିଯାଇଥିବା ଦେଖାଯାଇଥିଲା  । ରାଜ୍ୟ ସରକାର ଜନସାଧାରଣଙ୍କୁ ତୁରନ୍ତ ଅଭିଯୋଗ ଗୁଡିକ ବିଚାର କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରତି ବ୍ଳକରେ ଜିଲ୍ଲାପାଳ ଜନଶୁଣାଣି ଶିବିର କରୁଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀ ମାନଙ୍କର ଗସ୍ତଖର୍ଚ୍ଚ ଠାରୁ ଖାଇବା ପିଇବା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ମାତ୍ର ଅତାବିରା ବ୍ଳକରେ ଜନସାଧାରଣ ନ୍ୟାୟ ପାଉନାହାନ୍ତି ବୋଲି କହୁଥିବା ଜଣାପଡିଛି । ବିଶେଷ କରି ଭର୍ତ୍ତା, ବିଜୁପକ୍କାଘର, ରାଶନ କାର୍ଡ, ରାସ୍ତା, ପାନୀୟ ଜଳ, ଡ୍ରେନେଜ, ବିଜୁଳି, ଶିକ୍ଷା ଆଦି ସମ୍ପର୍କରେ ଅଭିଯୋଗ ଗୁଡିକ ଆସିଥିଲା  । ଅଭିଯୋଗ ମଧ୍ୟରୁ ଗୋଟିଏ କେସ ବିଚାର କରାଯାଇ ପାରିନଥିବା ଜନସାଧାରଣଙ୍କ ଠାରୁ ପ୍ରକାଶ  । ଏହି ଜନଶୁଣାଣି ଏକ ପ୍ରହସନ ବୋଲି ଗ୍ରାମଞ୍ଚଳରୁ କାମ ଧନ୍ଦା ବନ୍ଦ କରି ଆସିଥିବା ଦିନ ମଜୁରିଆ ମାନେ କହିଛନ୍ତି । ଏହି ଜନଶୁଣାଣି ଶିବିରରେ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ, ଏସପି ମୁକେଶ କୁମାର ଭାମୁ, ଉପଜିଲ୍ଲାପାଳ ଦେବେନ୍ଦ୍ର ନନ୍ଦ, ସିଡିଏମଓ ସାଧୁଚରଣ ଦାସ, ବିଡିଓ ପ୍ରଣବ ଚାନ୍ଦ,  ଏବିଡିଓ ଲକ୍ଷପତି ବେହେରା, ବ୍ଳକ ଅଧ୍ୟକ୍ଷା ରିତା ସାହୁ, ତହସିଲଦାର ହୃଦାନନ୍ଦ ଅଡ୍ଡା, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ରବିନାରାୟଣ ମିଶ୍ର, ବ୍ଳକର ବଡବାବୁ ଦିଲ୍ଲୀପ କୁଅଁର, ଏନଏସି ଇଓତପସ୍ୱିନୀ ଗୁରୁ, ଅତାବିରା ଥାନା ଆଇଆଇସି ପୁରୁଷୋତ୍ତମ ଭୋଇ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଏହି ଶିବିରରେ ଉପସ୍ଥିତ ରହିଥିଲେ  ।
ବରଗଡରୁ ନବୀନ ଦାଶ

Blog Archive

Popular Posts