Breaking News

ତୁଟିପୂର୍ଣ୍ଣ ରାଜରାସ୍ତା ନିର୍ମାଣ ଯୋଗୁ ପ୍ରତିଦିନ ଦୁର୍ଘଟଣା ଘଟୁଛି- ପ୍ରଶାସନ ସବୁ ଜାଣି ନିରବ

ଅତାବିରା--- ବରଗଡ ଜିଲ୍ଲାର  ଅତାବିରା ଏନଏସି ସ୍ଥିତ ବ୍ଳକ ଛକ ନିକଟରେ ରବିବାର ୧୨.୩୦ରେ ଏକ ବୋଲେରୋ ଗାଡିକୁ ଏକ ଦଶ ଚକିଆ ଟ୍ରକ ପଛରୁ ପିଟିଥିଲା  । ଯାହା ଫଳରେକି ବୋଲେରୋଟି ରାସ୍ତା ଉପରେ ଭାଙ୍ଗି ଯାଇଥିଲା  । ଏଥିରେ ଥିବା ପ୍ରାୟ ୮ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଅଳ୍ପ ବହୁତ ଖଣ୍ଡିଆ ଖାବେରା ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ରାଜପଥ ତିଆରି ସମୟରେ ବିଭିନ୍ନ ଛକ ମାନଙ୍କରେ ସ୍ପ୍ରିଡ ବ୍ରେକର ବା ଗାଡିର ଗତି କମାିବା ପାଇଁ ସୁଚନା ରହିଥାଏ  । ଯାହା ଫଳରେକି ଗାଡିର ଡ୍ରାଇଭର ମାନେ ଏହି ସଙ୍କେତ ଦେଖି ଗାଡିର ଗତ କମାଇଥାନ୍ତି । ମାତ୍ର ଏହି ରାଜପଥ ନିର୍ମାଣ କାରୀ ସଂସ୍ଥା ପ୍ରଥମରୁ ତ୍ରୁଟିପୂର୍ଣ୍ଣ କାମ କରିବା ଯୋଗୁ ଏହିପରି ଦୁର୍ଘଟଣା ମାନ ଘଟଉଛି ବୋଲି ଜନସାଧାରଣରେ ଆଲେଚନା ହୋଉଛି । ସେହିପିର ରାଜପଥ ନିର୍ମାଣ କାରୀ ସଂସ୍ଥା ସମ୍ବଲପୁର ରାସ୍ତାରେ କୌଣସି ସୁରକ୍ଷା ବନ୍ଦୋବସ୍ଥ କରିନାହିଁ  । ଏପରିକି ବେଆଇନ ଭାବରେ ରାସ୍ତାର ମଝିରେ ଡାଇଭର୍ଶନ କରାଯାଇଛି । ସେହିପିର ସରକାରଙ୍କ ସଡକ ସୁରକ୍ଷା ଆଇନ ଅନୁଯାୟୀ ସମସ୍ତ ଜାରୀୟ ରାଜପଥ ଓ ରାଜପଥ ଗୁଡିକରେ ବିଭିନ୍ନ ଛକ , ସ୍ପ୍ରିଡ ବ୍ରେକର ବା ରୋଡ ଡାଇଭର୍ଶନ ପାଖରେ ବିପଦ ସଙ୍କେତ ଲାଇଟି ଲଗାଇବା ଏବଂ ରଙ୍ଗରେ ସଙ୍କେତ କରାଯିବାର ନିୟମ ରହିଥିଲେ ମଧ୍ୟ ତାହା ଠିକାଦାର କରି ନାହିଁ   । ତୁରନ୍ତ ଜିଲ୍ଲାପାଳ ଏ ଦିଗରେ ପଦକ୍ଷେପ ନେବା ପାଇଁ ଜନସାଧାରଣରେ ଦାବୀ ହୋଇଛି  ।
ବରଗଡରୁ ନବୀନ ଦାଶ

Blog Archive

Popular Posts