ପେଟ ପାଇଁ ରାଜରାସ୍ତାରେ ଶିଶୁ କନ୍ୟା
ଅତାବିରା--- ରାଜ୍ୟ ସରକାର ଶିଶୁ ମାନଙ୍କ ପାଇଁ ବିଭିନ୍ନ ଯୋଜନା ଓ ଆଇନ ପ୍ରଣୟନ କରିଛନ୍ତି । ବିଶେଷ କରି ଶିଶୁ ମାନଙ୍କୁ କେହି ଶିକ୍ଷାରୁ ବଞ୍ଚିତ କରି ପାରିବେ ନାହିଁ । ଶିଶୁ ମାନଙ୍କର ଶିକ୍ଷା ହୋଉଛି ଏକ ଅଧିକାର ବୋଲି କହିଛନ୍ତି ବା ଆଇନ କରାଯାଇଛି । ସବୁ ଆଇନ ପେଟ ପାଇଁ ତୁଛ ହୋଇଯାଇଛି । ନିଜର ପରିବାର ପୋଷଣ ପାଇଁ ଶିଶୁ କନ୍ୟା ଆଗରେ ଶିକ୍ଷା କିଛି ନୁହେଁ । ଏହାର ଏକ ନମୁନା ଦେଖିବାକୁ ମିଳିଛି ବରଗଡ ଜିଲ୍ଲାର ଭେଡେନ ବ୍ଳକର ପପଙ୍ଗା ଅଞ୍ଚଳରେ । ଯେଉଁଠି ଶିଶୁ କନ୍ୟା ହେଲପ୍ ଲାଇନି, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଶିଶୁ ବିକାଶ ପ୍ରକଳ୍ପ ଓ ପ୍ରାଥମିକ ଶିକ୍ଷା ବିଭାଗ ସହିତ ବିଭିନ୍ନ ସଂସ୍ଥା ରହିଛି । ସମସ୍ତଙ୍କ ଆଗରେ ଏହି ଶିଶୁ ଜଣଙ୍କ ଅନ୍ଧ ବାପାଙ୍କ ସହ ଭିକ୍ଷାବୃତ୍ତି କରି ପେଟ ପୋଷନ୍ତି । ରାଜ ରାସ୍ତାରେ ବଜାର ଗ୍ରାମରେ ଏହି ଶିଶୁ କନ୍ୟା ଜଣଙ୍କ ଭିକ୍ଷା ମାଗୁଥିବା ବେଳେ ତା ଆଗରେ ଅନ୍ୟ କନ୍ୟା ଶିଶୁ ମାନେ କାନ୍ଦରେ ବ୍ୟାଗ ଗୋଡରେ ଜୋତା ପିନ୍ଦିକି ବିଦ୍ୟାଳୟ ଗଲା ବେଳେ କିଛି ନ ଜାଣିଲା ପରି ଏହି ଶିଶୁକନ୍ୟାଟି ସେମାନଙ୍କୁ କିଛି ସମୟ ପାଇଁ ଅନେଇ ରହିଥାଏ । ତାପରେ ପୁଣି ସେ ନିଜ କାମରେ ଲାଗିଯାଏ । ଏ ଦେକାନରୁ ସେ ଦେକାନକୁ ଯାଇଥାଏ । ବାବୁ ଗୋଟେ ପଇସା ଦିଅ । ଯେଉଁ ସମୟରେ ବାଲିରେ ଖେଳିବା କଥା , ହାତରେ ପେନ, ଖାତା ଧରିବା କଥା ସେ ସମୟରେ ଏକ ପାତ୍ର ଧରିଛି । ନିଜ ପରିବାର ବୋଝ ତା ଉପରେ । ରାଜ୍ୟ ସରକାର ଯେପରି କୌଣସି ଶିଶୁ ପାଠ ନ ପଢ଼ି ରହିବେ ନାହିଁ ସେ ସମ୍ପର୍କରେ ଶିକ୍ଷକ ମାନଙ୍କୁ ମଧ୍ୟ ତାଲିମ ଦିଆଯାଇଛି । ସେମାନେ ଘରକୁ ଘର ବୁଲି ସେମାନଙ୍କୁ ବିଦ୍ୟାଳୟରେ ଆଣି ନାମ ଲେଖାଇବେ । ସବୁ ଥାଇ ମଧ୍ୟ ଏହି ପରି ଶିଶୁ କନ୍ୟା ମାନଙ୍କ ପାଇଁ କିଛି ନାହିଁ ବୋଲି ଜନସାଧାରଣରେ ଆଲେଚନା ହୋଉଛି । ଦେଖାଯାଉ ବରଗଡ ଜିଲ୍ଲାପାଳ ଏହି ଶିଶୁ କନ୍ୟାକୁ କେବେ ତା ହାତରୁ ଭିକ୍ଷାଥାଳି କାଡି କଲମ ବହି ଧରାଉଛନ୍ତି ସମୟକୁ ଅପେକ୍ଷା ।
ବରଗଡରୁ ନବୀନ ଦାଶ
ବରଗଡରୁ ନବୀନ ଦାଶ