ଗହିର ବିଲ ମଧ୍ୟରେ ବିଦ୍ୟାଳୟ ; ବର୍ଷା ଚାରିମାସ ହିଡ ହୋଉଛି ରାସ୍ତା
ଅସ୍ତରଙ୍ଗ---ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଳକର ଛେନୁଆଁ ପ୍ରାଥମିକ ବିଦ୍ୟାଳୟ ରହିଛି । ଏହା ଗହିର ବିଲ ମଧ୍ୟରେ । ବିଦ୍ୟାଳୟକୁ ଯିବା ପାଇଁ ରାସ୍ତା ନାହିଁ । ବର୍ଷା ଦିନ ହେଲେ ବିଦ୍ୟାଳୟ ଚତୁପାଶ୍ୱର୍ ପାଣି ଘେରରେ ରହିଥାଏ । ପିଲାମାନଙ୍କର ଯିବା ଆସିବା ବାଟ ହୋଉଛି ଧାନ ବିଲର ହିଡରେ । ଅଧିକାଂଶ ସମୟରେ ହିଡରୁ ପଡି ପିଲାମାନେ ଖଣ୍ଡିଆ ଖାବେରା ହୋଇଥିବାର ନଜର ରହିଛି । ଅନ୍ୟ ପକ୍ଷେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ମାତ୍ର ପିଲାଙ୍କ ପାଇଁ ବିଦ୍ୟାଳୟକୁ ଯିବା ପାଇଁ ରାସ୍ତା ନାହିଁ । ସାପ, ବେଙ୍ଗ, ବିଛା, ପୋକଯୋଜ ମାନଙ୍କର ବର୍ଷା ଦିନରେ ବିଦ୍ୟାଳୟ ଶ୍ରେଣୀଗୃହ ହୋଉଛି ବିଶ୍ରାମ ସ୍ଥଳ ବୋଲି ଗ୍ରାମବାସୀ ମାନେ କହନ୍ତି । ବିଦ୍ୟାଳୟର ଉନ୍ନତି କରଣ ପାଇଁ ପ୍ରଶାସନ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ମାତ୍ର ବର୍ଷା ଚାରିମାସ ବିଦ୍ୟାଳୟକୁ ପିଲା ମାନେ ଆସନ୍ତି ନାହିଁ । ଏ ସମ୍ପର୍କରେ ଅବିଭାବକ ମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହନ୍ତି ବିଦ୍ୟାଳୟ ପକ୍ଷରୁ ବ୍ଳକ ଶିକ୍ଷା ଅଧିକାରୀ, ବିଡିଓ ସମସ୍ତଙ୍କକୁ ଜଣାଇ ଦିଆଯାଇଛି । ଚିଠି ପରେ ଚିଠି ଦିଆଯାଉଛି କୌଣସି ଉତ୍ତର ମଧ୍ୟ ନାହିଁ ବୋଲି କହନ୍ତି । ଦେଖାଯାଉ ଏହି ବିଦ୍ୟାଳୟ ପ୍ରତି ଶିକ୍ଷା ବିଭାଗର ମନ୍ତ୍ରୀ ଓ ଜିଲ୍ଲପ।।ଳଙ୍କ ନଜର କେବେ ପଡିବ ତାହାକୁ ଅବିଭାବକ ମାନେ ଅପେକ୍ଷା କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୯୭୭୮୦୫୦୮୯୫
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୯୭୭୮୦୫୦୮୯୫