Breaking News

ବାଲିଗୁଡା ଜଗନ୍ନାଥ ମନ୍ଦିରରେ ବାହୁଡା ଯାତ୍ରା ଅନୁଷ୍ଠିତ

 ବାଲିଗୁଡ--- କନ୍ଦମାଳ ଜିଲ୍ଲାର ବାଲିଗୁଡାରେ ଥିବା ଜଗନ୍ନାଥ ମନ୍ଦିରରେ ଶୁକ୍ରବାର ବାହୁଡା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି  । ଠାକୁରଙ୍କ ନୀତିକାନ୍ତି ସରିବା ପରେ ମନ୍ଦିର ସେବାୟତ ମାନେ ଠାକୁରଙ୍କୁ ପହଣ୍ଡି କରି ରଥାରୁଢ଼ କରିଥିଲେ  । ବିଭିନ୍ନ ପ୍ରାନ୍ତରରୁ ପ୍ରା୫ ହଜାର ଶ୍ରଦ୍ଧାଳୁ ମାନେ ରଥ ଟାଣିଥିଲେ  ।  ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା  । ଜନସାଧାରଣ ରଥକୁ ଟାଣିବା ସମୟରେ ହରିବୋଲ ଓ ହୁଳହୁଳିରେ ଚତୁଦ୍ଧିଗ କମ୍ପିଉଠିଥିଲା  ।
ବାଲିଗୁଡାରୁ ମନୋଜ କୁମାର ପଣ୍ଡା

Blog Archive

Popular Posts