Breaking News

ସାମ୍ବାଦିକ ଶିବ ପ୍ରସାଦ ମିଶ୍ରଙ୍କ ସ୍ମୃତି ଚାରଣ ସଭା

ସାକ୍ଷୀଗୋପାଳ --- ସତ୍ୟବାଦୀ ତଥା ପୁରୀର ବରିଷ୍ଟ ସମାଜର ସାମ୍ବାଦିକ ଶିବ ପ୍ରସାଦ ମିଶ୍ରଙ୍କ ଦଶାହ ଅବସରରେ ବୀରରାମଚନ୍ଦ୍ରପୁର ଗ୍ରାମସ୍ଥିତ ତାଙ୍କ ବାସଭବନରେ ସୋମବାର ସଂଧ୍ୟାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି  । ସମାଜର ବରିଷ୍ଠ ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ଶ୍ରୀମିଶ୍ରଙ୍କ ସ୍ମୃତି ଚାରଣ ସଭାରେ ସଭାପତିତ୍ୱ କରିଥିଲେ  ।  ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ଉନ୍ନୋଚିତ ହୋଇଯାଇଛି । ଏଥିରେ ପୂର୍ବତନ ଲୋକସଭା ସଂସଦ ବ୍ରଜ କିଶୋର ତ୍ରିପାଠୀ, ସାମ୍ବାଦିକ କିଶୋର ମହାପାତ୍ର, ହୃଷିକେସ ମହାପାତ୍ର, ଅଶୋକ ବେହେରା,  ଟୁନା ବାରିକ , ଦେବତିକ୍ତ ମିଶ୍ର, ଧୀରେନ୍ଦ୍ର ସେନାପତି ,  ଅଶୋକ ମିଶ୍ରଙ୍କ ସହ ସମାଜସେବୀ ହୃଷିକେଷ ମିଶ୍ର, ବୀରେନ୍ଦ୍ର ଭୂଷଣ ହୋତା ଓ ଶ୍ରୀ ମିଶ୍ରଙ୍କ ପରିବାର ଓ ବନ୍ଧୁବାନ୍ଦବ ମାନେ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ମିଶ୍ରଙ୍କ ସ୍ୱୃତି ଚାରଣ କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts