Breaking News

କାର ଧକ୍କାରେ ବାଇକ ଚାଳକଙ୍କର ମୃତ୍ୟୁ

ଓଡଗାଁ--- ବୋଲଗଡ ଥାନା ଅନ୍ତର୍ଗତ ଟିକାତଳ ଠାରେ ଏକ ଇଣ୍ଡିଗୋ କାର ଧକ୍କାରେ ଜଣେ ମଟର ସାଇକେଲ ଚାଳକଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ଜଣଙ୍କ ହେଲେ ଟିକାତଳ ଗ୍ରାମର ଗଣେଶ ନାୟକ । ସେ ଘରୁ ବାହାରି ପିଚୁକୁଳି ଯିବା ବାଟରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ନୟାଗଡରୁ ଭୁବନେଶ୍ୱର ଯାଉଥବା ଏକ ଇଣ୍ଡିଗୋ କାରଟି ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା  । ଶ୍ରୀ ନାୟକଙ୍କୁ ସ୍ଥାନୀୟ ଜନସାଧାରଣ ମେଡିକାଲକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts