ପୁର୍ବ ଶ୍ରତୁତାକୁ ନେଇ ପଟ୍ଟନାୟିକଆ ଛକରେ ଟ୍ରିପୁଲ ମର୍ଡର ; ୩୧୬ନଂଜାତୀୟ ରାଜପଥ ଅବରୋଧ ଘର, କ୍ୟାବିନ ଜଳିଲା ; ପୋଲିସର ମୁଦ ଲାଠି ଚାଳନା
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅଞ୍ଚଳରେ ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଗୋଟିଏ ପରିବାରର ତିନିଜଣଙ୍କୁ ପୋଲିସ ଓ ଲୋକମାନଙ୍କ ଆଗରେ ହାଣିକି ହତ୍ୟା କଲେ । ଦୁବୁର୍ତ୍ତ ମାନେ ରକ୍ତର ନଦୀ ବୁହାଇଛନ୍ତି । ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥ ୩୧୬ର ପଟ୍ଟନାୟକିଆ ଛକରୁ ଡେଲାଙ୍ଗ- କଣାସ -ଖୋର୍ଦ୍ଧା ରାସ୍ତାରେ ତିନିଟି ଯୁବକର ରକ୍ତାକ୍ତ ଶବ ପଡି ରହିଛି । ସୁଚନା ଅନୁଯାୟୀ ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସଦାନନ୍ଦପୁର ଗ୍ରାମର କୃର୍ଷ୍ଣଚନ୍ଦ୍ର ବେହେରା(୪୫) ପୂର୍ଣ୍ଣ ଚନ୍ଦ୍ର ବେହେରା(୪୦) ପଞ୍ଚୁ ବେହେରା ( ୪୨)ଙ୍କୁ ପଟ୍ଟନାୟିକିଆ ଛକରେ ତିନିରୁ ଚାରିଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ଗୋଡାଇ ଗୋଡାଇ ହାଣିଥିଲେ । ସେମାନେ ରକ୍ତମୁଖା ହୋଇଯାଇଥିଲେ ବୋଲି ପତ୍ୟକ୍ଷ ଦର୍ଶୀଙ୍କ ଠାରୁ ପ୍ରକାଶ । ଆଜି ଅପରାହ୍ନ ୪ଟା ସମୟରେ ପଟ୍ଟନାୟକିଆ ଛକ ଜନ ଗହଳିହୋଇଥିବା ବେଳେ ପୂର୍ଣ୍ଣ ଚନ୍ଦ୍ର ବେହେରା ଛକକୁ ଆସିଥିଲେ । ସେ ସମୟରେ ହଠାତ୍ ଦୁବୁର୍ତ୍ତ ମାନେ ପାକରେ ଥିବା ଏକ କ୍ୟାବିନରେ ରଖିଥିବା ଅସ୍ତ୍ରଶସ୍ତ ବାହାର କରି ପୂର୍ଣ୍ଣ ଉପରେ ଆକ୍ରମଣ କରିଥିଲେ । ଏପରିକି ପୂର୍ଣ୍ଣ ଜିବନ ବଞ୍ଚାଇବାକୁ ଦୌଡିବା ସମୟରେ ତାର ଡାହାଣଗୋଡ ଆଣ୍ଠୁ ତଳକୁ ହାଣିଦେବାରୁ ସେ ତଳେ ପଡିବା କ୍ଷଣି ତାର ମୁଣ୍ଡ ଓ ବିଭିନ୍ନ ଯାଗାକୁ ହାଣି ଛାଲିଥିଲେ । ସେ ସମୟରେ ସମସ୍ତ ଦେକାନୀ ଓ ରାସ୍ତା ଉପରେ ଯାଉଥିବା ଲୋକମାନେ ଦେଖୁଥିଲେ ମଧ୍ୟ କିଛି ବୁଝି ପାରିନଥିଲେ । ଏହି ଖବର ପାଇ ପାଖରେ ଥିବା ପୂର୍ଣ୍ଣଚନ୍ଦ୍ରଙ୍କ ବଡବାପାଙ୍କ ପୁଅ ପଞ୍ଚୁ ଦୌଡିକି ପଳାଇ ଆସିବାରୁ ରକ୍ତମୁଖା ଦୁବୁର୍ତ୍ତ ମାନେ ପୂର୍ଣ୍ଣକୁ ଛାଡି ପଞ୍ଚୁ ଉପରେ ଆକ୍ରମଣ କରିଥିଲେ । ପଞ୍ଚୁ ରାସ୍ତା ଉପରେ ପଡିଯିବା ପରେ ବିଭିନ୍ନ ଯାଗାକୁ ହାଣି ଦେଇଥିଲେ । ସେହିପରି ଘରେ ଥିବା କୃର୍ଷ୍ଣଚନ୍ଦ୍ର ବେହେରା ନିଜ ମଟର ସାଇକେଲ ଯୋଗେ ଘଟଣା ସ୍ଥଳକୁ ପଳାଇ ଆସିବାରୁ ଦୁବୁର୍ତ୍ତ ମାନେ କୃର୍ଷ୍ଣକୁ ମଟର ସାଇକେଲ ଉପରେ ହିଁ ଆକ୍ରମଣ କରିଥିଲେ । ଯାହାକି କୃର୍ଷ୍ଣ ସେମାନଙ୍କର କିଛି କରିବା ପାଇଁ ସୁଯୋଗ ଦେଇନଥିଲେ । ଏହି ଘଟଣା ମାତ୍ର କେତେ ମିନିଟ ମଧ୍ୟରେ ଘଟି ଯାଇଥିଲା । ଉକ୍ତ ପରିବାର ଲୋକମାନେ ଖବର ପାଇ ଘଟଣା ସ୍ଥଳକୁ ଆସିବା ବେଳକୁ ଦୁବୁର୍ତ୍ତମାନେ ଆତ୍ମଗୋପନ କରି ସାରିଥିଲେ । ସ୍ଥାନୀୟ ଜନସାଧାରଣ ଓ ଉତ୍ତେଜିତ ଲୋକମାନେ ପୁରୀ- ଭୁବନେଶ୍ୱର ଓ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥନଂ-୩୧୬ ଉପରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ସେହିପରି ପଟ୍ଟନାୟକିଆ- ଖୋର୍ଦ୍ଧା, ପଟ୍ଟନାୟିକିଆ - ଗବକୁଣ୍ଡ ରାସ୍ତାରେ ଯାନବାହନ ଯିବା ଆସିବା ବନ୍ଦ ରହିଛି । ଯାହା ଫଳରେକି ପଟ୍ଟନାୟକିଆ ଠାରୁ ସାକ୍ଷୀଗୋପାଳ ପର୍ଯ୍ୟନ୍ତ ପ୍ରାୟ ୫ କିଲୋ ମିଟର ଓ ପଟ୍ଟନାୟକିଆ ଠାରୁ ସାତଶଙ୍ଖ ପର୍ଯ୍ୟନ୍ତ ଯାନ ବାହନ ରାସ୍ତାର ଉଭୟ ପାଶ୍ୱର୍ରେ ଠିଆ ହୋଇଛି । ସତ୍ୟବାଦୀ ଥାନାରେ ଏପରି ଘଟଣା ପ୍ରଥମ ବୋଲି ବୁଦ୍ଧଜିବୀ ମାନେ କହନ୍ତି । ସତ୍ୟବାଦୀ ଥାନା ଆଇଆଇସି ନଥିବାରୁ ସେକେଣ୍ଡ ଅଫିସର ରବୀନ୍ଦ୍ର କୁମାର ନନ୍ଦ ଓ ପିପିଲି ଏସଡିପିଓ ଦେବଦତ୍ତ ବରାଳ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି । ଅନ୍ୟ ପକ୍ଷେ ଦୁବୁର୍ତ୍ତ ମାନଙ୍କ ଘରେ ଉତ୍ତେଜିତ ଲୋକମାନେ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ସଦାନନ୍ଦପୁର ଗ୍ରାମରେ ଉତ୍ତେଜନା ଲାଗିରହିଛି । ଏହା ଆଗରୁ ଉକ୍ତ ପରିବାର ତଥା ବୀରରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଅଜୟ ବେହେରାଙ୍କୁ ଏହି ଦୁବୁର୍ତ୍ତ ମାନେ ହତ୍ୟା କରିଥିବା ଏବେ ପ୍ରମାଣ ହୋଇଛି ବୋଲି ଉକ୍ତ ପରିବାର ଲୋକମାନେ ଦାବୀ କରୁଥିବା ଜଣାପଡିଛି । ତୁରନ୍ତ ଅଭିଯୁକ୍ତଙ୍କୁ ଗରିଫ କରିବା ପରେ ଶବ ଏଠାରୁ ହଟିବ ବୋଲି ମୃତକଙ୍କ ମହିଳା ମାନେ ପୋଲିସ ଅଧିକାରୀ ମାନଙ୍କୁ ଜଣାଇ ଦେଇଛନ୍ତି । ମୃତକଙ୍କ ଶବ ପାଖରେ ପିଲା, ଛୁଆ ସ୍ତ୍ରୀ ମାନେ କାନ୍ଦ ବୋବାଲି ପକାଉଛନ୍ତି । ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ଜଗି ରହିଛି । ଖବର ଲେଖା ହେବା ବେକଳୁ ରାସ୍ତା ରୋକ ହଟିନଥିଲା କିମ୍ବା ରାସ୍ତା ଉପରୁ ଶବ ଉଠିନଥିଲା । ଉତ୍ତେଜିତ ଲୋକମାନେ ସଦାନନ୍ଦପୁର ଗ୍ରାମର ରବି ବେହେରା, ଶଙ୍କର ବେହେରା ଓ ଚରଣ ବେହେରାଙ୍କ ଟିଣ ଘରେ ନିଆଁ ଲଗାି ଦେଇଛନ୍ତି । ସତ୍ୟବାଦୀରୂ ଅଗ୍ନିଶମ ବିଭାଗର ମନୋଜ ପାତ୍ରଙ୍କ ନେତୃତ୍ୱରେ ଦୁଇଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ତିନୋଟି ପରିବାରରେ ମହିଳା ପୁରୁଷ କେହିନଥିବା ଜଣାପଡିଛି । ଅନ୍ୟ ପକ୍ଷେ ପରିସ୍ଥିତି ଅଣାୟତ ହୋଇଯିବାରୁ ପୋଲିସ ପକ୍ଷରୁ ମୁଦ ଲାଠିଚାଳନା କରିବାକୁ ପଡିଥିବା ବିଶେଷ ସୁତ୍ରରୁ ଜଣାପଡିଛି । ମାତ୍ର ଏହାକୁ ପିପିଲି ଏସଡିପିଓ ଦେବଦତ୍ତ ବରାଳ ଅସ୍ୱୀକାର କରିଛନ୍ତି । ଏହି ଘଟଣାରେ ସମ୍ପୁକ୍ତ ଥିବା ସନ୍ଦେହ କରି ଦୁଇଜଣଙ୍କୁ ପୋଲିସ ଅଟକ ରଖିଛି । ଅଭିଯୁକ୍ତ ମାନଙ୍କୁ ବହୁଶିଘ୍ର ଗିରଫ କରାଯିବ ବୋଲି ଏସଡିପିଓ ଶୋକାକୁଳ ପରିବାରଙ୍କୁ ଆଶ୍ୱସନା ଦେବାରୁ ରାସ୍ତାରୋକ ପ୍ରାୟ ୫ ଘଣ୍ଟା ପରେ ଉଠିଥିବାର ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି