ବାହୁଡା ପରେ ବଡଦାଣ୍ଡ ସଫେଇ କଲା ମହିଳା ଗୋଷ୍ଠୀ
ପୁରୀ ---- ଜଗନ୍ନାଥଙ୍କ ବାହୁଡା ଯାତ୍ରା ଶୁକ୍ରବାରଦିନ ଶେଷ ହୋଇଯାଇଛି । ମାତ୍ର ବଡଦାଣ୍ଡରେ ପଡି ରହିଛି ଅଳିଆ ଅବର୍ଜନା । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପୁରୀ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ଶ୍ରୀ ଜଗନ୍ନାଥ ଜିଲ୍ଲା ସ୍ତରୀୟ ମହିଳା ମହାସଂଘ ପକ୍ଷରୁ ବଡଦାଣ୍ଡ ସଫେଇ କରାଯାଇଛି । ମହିଳା ମାନେ ହାତରେ ଗ୍ଳୋବସ, ମୁଣ୍ଡରେ ଟୋପି , ଧଳା ଡ୍ରେସ କୋର୍ଡ ପିନ୍ଦି ବଡ ଦାଣ୍ଡରେ ଯେତେବେଳେ ଖଡିକା ମୁଠା ଧରି ସଫେଇ କରାଯାଇଛି । ଏପରିକି ବଡ ଦାଣ୍ଡରେ ବହୁ ଅଳ୍ପ ସମୟ ମଧ୍ୟରେ ସଫେଇ ଶେଷ ହୋଇଯାଇଥିଲା । ଏହି ମହିଳା ଗୋଷ୍ଠୀ ଆଜି ଠାରୁକରଙ୍କ ସୁନାବେଶ ପର୍ବ ପାଳିତ ହୋଉଥିବାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବ । ପୁଣି ବଡଦାଣ୍ଡରେ ଅଳିଆ ଅବର୍ଜନା ପଡିବ । ରବିବାର ଦିନ ମଧ୍ୟ ବଡ ଦାଣ୍ଡ , ସମୁଦ୍ରକୂଳ ସହିତ ବିଭିନ୍ନ ସ୍ଥାନ ଗୁଡିକ ସଫେଇ କରାଯିବ ବୋଲି ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁଙ୍କ ଠାରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ମହିଳା ସଂଘର ସଭାନେତ୍ରୀ, ସମ୍ପାଦିକାଙ୍କ ସହିତ ବିଭିନ୍ନ ବ୍ଳକରୁ ଆସିଥିବା ମହିଳା ସଂଗଠନର ନେତ୍ରୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଡେଲାଙ୍ଗ ମିଶନ ଶକ୍ତି ସଂଗଠନର ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, ସଦସ୍ୟା ଭାରତୀ ଚମ୍ପତି, ମମତା ଜେନା ଆଦି ସଦସ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି