Breaking News

ବିଷାକ୍ତ ସାପ କାମୁଡାରେ ଯୁବତୀଙ୍କର ମୃତ୍ୟୁ

 ଡେଲାଙ୍ଗ-- ଡେଲାଙ୍ଗ ଥାନା ଅନ୍ତର୍ଗତ ଖେଲଉର ଗ୍ରାମ ପଞ୍ଚାୟତର ଗଉଡହୁଙ୍କା ଗ୍ରାମର ପଠାଣୀ ମୁଦୁଲିଙ୍କ ଝିଅ ସୁଜାତା ମୁଦୁଲି (୨୦)ଙ୍କୁ ଏପ ବିଷାକ୍ତ ସାପ କାମୁଡି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି । ଘଟଣାରୁ ପ୍ରକାଶ ସୁଜାତା ଘରେ କାମ କରୁଥିବା ସମୟରେ ସାପ ତାଙ୍କୁ କାମୁଡି ଦେଇଥିଲା  । ସେ  କ’ଣ କାମୁଡିଲା ବୋଲି ଦେଖିଲା ବେଳକୁ ସାପ  । ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ସୁଜାତା ଜଣାଇଥିଲେ  । ପରିବାର ଲୋକମାନେ ସୁଜାତାଙ୍କୁ ପ୍ରଥମେ ପିପିଲି ମେଡିକାଲକୁ ନିଆଯାଇଥିଲା ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ୬ନଂ ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା  । ସେଠାରେ ସୁଜାତାଙ୍କ ଅବସ୍ଥା ଗୁରୁତର ବେହାରୁ କଟକ ବଡ ମେଡିକାଲକୁ ପଠାଯାଇଥିଲା  । ସେଠାରେ ଚିକିତ୍ସାଧୀନ ଥିବା ବେଳେ ସୁଜାତାଙ୍କର ମୃତ୍ୟୁ ହୋଇଯାଇଥିବା ପରିବାରଙ୍କ ପକ୍ଷରୁ କୁହାଯାଇଛି  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts