ସାଇରାମର ଚିକିତ୍ସାରେ ବାଧକ ସାଜିଛି ଅର୍ଥ
ଡେଲାଙ୍ଗ--- ଡେଲାଙ୍ଗ ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ରମେଶ ଚନ୍ଦ୍ର ଚମ୍ପତ୍ତିଙ୍କ ପୁଅ ସାଇରାମ ଚମ୍ପତ୍ତି(୬) ଏବେ ରକ୍ତ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ରହିଛନ୍ତି । ମାତ୍ର ଉତ୍ତମ ଚିକିତ୍ସା ପାଇଁ ଅର୍ଥ ଏବେ ସାଜିଛି ବାଧକ । ରମେଶ ଗ୍ରାମରେ ରୋଜଗାର କରିବାର କୌଣସି ବାଟ ନ ପାଇବାରୁ ଶେଷରେ ନିଜର ପରିବାରଙ୍କୁ ନେଇ ଜଟଣୀରେ ଘରଭଡା ନେଇ ଅଟୋ ଚଳାଇ ପରିବାର ପୋଷଣ କରୁଥିଲା । ମାତ୍ର କଥାରେ ଅଛି ଦୁଖଃ ଆସିଲା ବେଳେ ବନ୍ଦୁ ବାନ୍ଧବଙ୍କୁ ସାଙ୍ଗରେ ନେଇକି ଆସେ । ଠିକ ସେହିପରି ରମେଶ କିଛି ପଇସା ରୋଜଗାର କରିବା ପାଇଁ ଘର ଛାଡି ଏଠାକୁ ଆସିଲା ବେଳକୁ ତାର ପୁଅ ସାଇରାମ ଏବେ ରକ୍ତ କର୍କଟ ରୋଗରେ ପୀଡିତ । ପାଖରେ ଯାହା ଥିଲା ସବୁ ଖର୍ଚ୍ଚ ହୋଇ ସାରିଲାଣି । ପୁଅକୁ ଏହି ରୋଗରୁ କିପରି ବଞ୍ଚାଇବେ ସେଥିପାଇଁ ବାପା ରମେଶ ଏବେ ଚିନ୍ତାରେ । ଏହି ଖବର ପାଇ ଡେଲାଙ୍ଗ ରୟାଲ ୨୨୨ ସଂଗଠନର ସଦସ୍ୟ ମାନେ ମିଳିତ ହୋଇ ୨୦୦୧ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସଂଗଠନର ସଭାପତି ସମୟ ରଞ୍ଜନ ବିଶ୍ୱାଳଙ୍କ ସହ ସୃୁତିରଞ୍ଜନ ପଣ୍ଡା, ଚନ୍ମୟ ବିଶ୍ୱାଳ,ସୁରେଶ କୁମାର ସ୍ୱାଇଁ, କୌଳାସ ଛାଟୋଇ ପ୍ରମୁଖ ଉପସ୍ଥିତରେ ଏହି ଅର୍ଥ ରମେଶକୁ ପ୍ରଦାନ କରିଥିଲେ । ସାଇରାମଙ୍କୁ ସରକାରୀ ସାହାର୍ଯ୍ୟ କରିବା ପାଇଁ ରମେଶ ନିବେଦନ କରିଛନ୍ତି । ଏହା ସହିତ କୌଣସି ବ୍ୟକ୍ତି ବିଶେଷ ବା ସଂଗଠନ ସାହର୍ଯ୍ୟ କରିବା ପାଇଁ ଇଛା କରୁଥିଲେ ୯୪୩୮୩୦୮୯୩୨ ଫୋନକୁ ଯୋଗାଯୋଗ କରିବା ପାଇଁ ରମେଶ ନିବେଦନ କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି