Breaking News

ସତ୍ୟବାଦୀରେ ବନୀକରଣ ସଫଳ ହେବାରେ ବାଧକ ସାଜିଛନ୍ତି ଛେଳି

ସାକ୍ଷୀଗୋପାଳ---  କେନ୍ଦ୍ର ସରକାରଙ୍କ ଠାରୁ  ରାଜ୍ୟ ସରକାର ସମସ୍ତେ  ବନୀ କରଣ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ।  ବିଶ୍ୱରେ ଗୋଟିଏ ଚିନ୍ତା  ପରିବେଶ ସୁରକ୍ଷା  । ଏଥିଯୋଗୁ ସବୁ ସମୟରେ ବୃକ୍ଷ ରୋପଣ ବା ବନୀକରଣ କରାଯାଉଛି । ସବୁବର୍ଷ  ବନୀକରଣ କରାଯାଉଛି ମାତ୍ର ଏହା ସଫଳ ନ ହେବାରେ ବାଧକ ସାଜିଛନ୍ତି ଛେଳି   । ଗ୍ରାମ ମାନଙ୍କରେ ପଲ ପଲ ଛେଳି ଖୋଳା ଖୋଳି ଭାବେ ବୁଲୁଛନ୍ତି । ସେମାନେ ଲଗାଯାଇଥବା ଗଛ ଗୁଡିକ ଖାଇଯାଉଛନ୍ତି ବୋଲି ଜନସାଧାରଣ କହନ୍ତି  । ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବନୀକରଣ ବା ସବୁଜ ବଳୟ ସୃଷ୍ଟି କରିବା ପାଇଁ  । ଅନ୍ୟପକ୍ଷେ ଜଙ୍ଗଲ ବିଭାଗ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନମହୋତ୍ସବ ସପ୍ତାହ ପାଳନ ଯୋରସୋର ଏବେ ଚାଲିଛି । ଜିଲ୍ଲା , ବ୍ଳକ ଓ  ବିଦ୍ୟାଳୟ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ବନମହୋତ୍ସବ ପାଳନ କରୁଛନ୍ତି ।  ବିଗତ ଦିନରେ ଫାନି ବାତ୍ୟାରେ ପୁରୀ ଜିଲ୍ଲା ସବୁଠାରୁ ଅଧିକ କ୍ଷତି ହୋଇଛି । ଗ୍ରାମ ମାନଙ୍କରେ ଥିବା ଗୁହାଳ ଘର କାହାରି ନାହିଁ  । ସକାଳୁ ହେଲେ ଛେଳି, ଗାଇ ରଖିଥିବା ମାଳିକ ମାନେ ପାଖରେ ଥିବା ପଡିଆ, ଗହିର ଓ କେନାଲ ବନ୍ଦକୁ ଛାଡି ଦେଉଛନ୍ତି । ଯାହାକି ବୃକ୍ଷ ରୋପଣ କରାଯାଇଥବା ଚାରା ଗୁଡିକ ଛେଳି ଗୁଡିକ ଖାଇ ଯାଉଥିବା ଦେଖିବାକୁ ମିଳୁଛି  ।  ଯାହାକି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପରିବଶେ ସୁରକ୍ଷା ଯୋଜନା ସମ୍ପର୍ଣ୍ଣ ଫେଲ ମାରିଛି ବୋଲି ସତ୍ୟବାଦୀର ବୁଦ୍ଧିଜିବୀ ମାନେ କହନ୍ତି । ଅନ୍ୟ ପକ୍ଷେ ସରକାର ଆଗରୁ ଥିବା କାଞ୍ଜିଆହୁଦା ଉଠାଇ ଦେଇଛନ୍ତି । ଛେଳି, ଗୋରୁ ମାନଙ୍କ ପାଇଁ ଆଉ କୌଣସି ଆଇନ ବା ଆକଟ ନାହିଁ  । ଯାହା ଫଳରେକି ବନମହୋତ୍ସବ ବା ବୃକ୍ଷ ରୋପଣ ସବୁବେଳେ ବିଫଳ ହୋଇ ପଡିଛି ବୋଲି ଜନସାଧାରଣରେ ଆଲେଚନା ହୋଉଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts