Breaking News

ଗୋପୀନାଥ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ପାଳିତ

ଓଡଗାଁ--- ନୟାଗଡ ଜିଲ୍ଲାର  ଶରଣକୁଳ ଅନ୍ତର୍ଗତ ଗୋପୀନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ବନମୋହତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରୁ  ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ଶିକ୍ଷକ,ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ମାନେ ହାତରେ ବିଭିନ୍ନ ପ୍ଳାକର୍ଡ ଧରି ଆମ ପରିବେଶ ଆମରି ହାତେ , ଗଛ ଲଗାଇବା ଜଗତ ହିତେ ସ୍ଳୋଗାନ ଦେଇ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା  । ପରେ ପରେ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଇ ବିଦ୍ୟାଳୟର କର୍ମଚାରୀ ମାନେ ନିଜ ନିଜ ନାମରେ ବିଭିନ୍ନ ଚାରା ରୋପଣ କରିଥିଲେ  । ବିଦ୍ୟାଳୟର ପ୍ରଧାନ ଶିକ୍ଷକ , ସ୍କାଉଟ ଓ ଗାଇଡର ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରାଇଥିଲେ  ।
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts