Breaking News

ଜଙ୍ଗଲ ବିଭାଗର ଚଡୀଉ ; ଲକ୍ଷାଧିକ ଟଙ୍କାର ଶାଳ,ଶାଗୁଆନ କାଠ ଜବତ

ଓଡ଼ଗାଁ,-------  ଓଡ଼ଗାଁ ବନାଞ୍ଚଳ ବିଭାଗକୁ ମିଳିଛି ବଡ  ସଫଳତା ।  ରେଞ୍ଜ ଅଫିସର ରବୀନ୍ଦ୍ର ନାଥ ପଣ୍ଡା,ଫରେଷ୍ଟର ସରିତା ବରାଳ,ଫରେଷ୍ଟ ଗାର୍ଡ ଧରଣୀଧର ନାୟକଙ୍କ ସମେତ ସୁରକ୍ଷା କର୍ମା ସଦଳବଳେ ବହାଡ଼ଝୋଲା ଅନ୍ତର୍ଗତ ସିଙ୍ଗାରପଲ୍ଲୀ ନୂଆ ସାହିରେ ଚଢ଼ାଉ କରିଥିଲେ। ଶାଳ,ଶାଗୁଆନ ଆଦି ବିପୁଳ ପରିମାଣର କାଠ ଜବତ ହୋଇଥିଲା  । ଏହାର ଆନୁମାନିକ ମୂଲ୍ୟ ଦୁଇଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ରେଞ୍ଜର  ଶ୍ରୀ ପଣ୍ଡାଙ୍କ ଠାରୁ ସୁଚନା ମିଳିଛି । ବେ  ଆଇନ ଭାବରେ  କାଠ ରଖିଥିବାରୁ  ଅଶୋକ ସେନାପତି ବୟସ ୩୮ ପିତା ଚନ୍ଦ୍ରମଣୀ ସେନାପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।। 
ଓଡଗାଁରୁ ସୁଦୀପ୍ତ  କୁମାର ଦଳେଇ

Blog Archive

Popular Posts