+୨ ନାମ ଲେଖା ଦୁଇଦିନ ବଢ଼ିଲା
ଓଡଗାଁ ---- ରାଜ୍ୟରେ +୨ ନାମ ଲେଖା ସମୟ ଦୁଇଦିନ ବଢ଼ିଲା- । ମ୍ୟାଟ୍ରିକ ସାର୍ଟିଫିକେଟ ବଣ୍ଟନରେ ଅନିୟମିତତା , ଵୋବ ସାଇଟିରୁ ଇଣ୍ଟିମେସନ ନ କାଡି ପାରିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ନାମ ଲେଖିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କିଛି ସ୍ଥାନରେ ନାମଲେଖାଦିନ ସାର୍ଟିଫିକେଟ ନମିଳିବାରୁ ଛାତ୍ରଛାତ୍ରୀ ନାମଲେଖାରୁ ମଧ୍ଯ ବଞ୍ଚିତ ହୋଇଥିବା ଖବର ପ୍ରକାଶିତ ହୋଇଥିଲା । ଏହି ସମସ୍ୟାକୁ ଦୃଷ୍ଟିରେ ରଖି +୨ ପ୍ରଥମ ପର୍ଯ୍ୟାୟ ନାମଲେଖାକୁ ଆଉ ଦୁଇଦିନ ବର୍ଦ୍ଧିତ କରାଯାଇଛି । ଅର୍ଥାତ ପ୍ରଥମ ପର୍ଯ୍ୟାୟରୁ ଯେଉଁ ଛାତ୍ରଛାତ୍ରୀ ମାନେ ନାମ ଲେଖାଇ ପାରି ନାହାନ୍ତି ସେମାନେ ୮ଓ୯ ତାରିଖରେ ପୁଣି ନାମ ଲେଖାଇପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ