Breaking News

ବରିଷ୍ଟ ସାମ୍ବାଦିକ ଶିବ ପ୍ରସାଦ ମିଶ୍ରଙ୍କର ପରଲୋକ

ସାକ୍ଷୀଗୋପାଳ ---- ସତ୍ୟବାଦୀର ସମାଜର ବରିଷ୍ଠ ସାମ୍ବାଦିକ  ଶିବ ପ୍ରସାଦ ମିଶ୍ରଙ୍କର ପରଲୋକ ହୋଇଯାଇଛି । ଅନେକ ଦିନ ହେବ ଦେହ ଖରାପ ଯୋଗୁ ବୀରରାମଚନ୍ଦ୍ରପୁର ନିଜ ବାସଭବନରେ ଚିକିସ୍ଥା ହୋଉଥିଲେ ।  ମୃତ୍ୟୁ  ବେଳକୁ ୬୩ ବର୍ଷ ହୋଇଥିଲା । ଆଜି ସକାଳେ ତାଙ୍କ ଦେହ ଖରାପ ହେବାରୁ ଶ୍ରୀ ମିଶ୍ରଙ୍କୁ ସାକ୍ଷୀଗୋପାଳ ମେଡିକାଲକୁ ଅଣାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ  ଘୋଷଣା କରିଥିଲେ । ଏହି ଖବର ପ୍ରସାର ହେବା ପରେ  ସତ୍ୟବାଦୀରେ ଶୋକରଛାୟା ଖେଳିଯାଇଛି । ଡେଲାଙ୍ଗ, ପିପିଲି,ପୁରୀ ,  ସତ୍ୟବାଦୀ  ଓ ବିଭିନ୍ନ ସାମ୍ବାଦିକ ସଂଘର କର୍ମକର୍ତ୍ତା , ସାମ୍ବାଦିକ , ଶିକ୍ଷକ, ବିଭିନ୍ନ ରାଜନୈତିକ ନେତା, ସ୍ଥାନୀୟ ଜନ ପ୍ରତିନିଧି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଶ୍ରୀ ମିଶ୍ରଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଅମର ଆତ୍ମାର  ସଦଗତି କାମନା କରିଥିଲେ ।   ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts