ୱାର୍ଡ ସଭ୍ୟାଙ୍କ ପ୍ରତିନିଧିଙ୍କୁ ଘରୁ ଡାକି ନେଇ ଜିଆରଏସ ଦେଲେ ନିର୍ଯ୍ୟାତନା ; ବିଡିଓ ପାଖରେ କଲେ ଅଭିଯୋଗ
ଅତାବିରା--- ବରଗଡ ଜିଲ୍ଲାର ଅତାବିରା ବ୍ଳକର ଅମଲିପାଲି ଗ୍ରାମ ପଞ୍ଚାୟତର ୧୦ ନଂ ୱାର୍ଡ ସଭ୍ୟାଙ୍କ ସ୍ୱାମୀଙ୍କୁ ଘରୁ ଡାକି ନେଇ ଜିଆରଏସ ମାନସିକ ନିର୍ଯ୍ୟତନା ଦେବା ସହ ଧମକ ଦେଇଥିବା ସମ୍ପର୍କେ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସୁଚନାଯୋଗ୍ୟ ଯେ ଅତାବିରା ବିଧାୟିକାଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ୧୫ ତାରିଖରେ ୱାର୍ଡ ସଭ୍ୟା ଜାନକୀ ମହାପାତ୍ରଙ୍କ ସ୍ୱାମୀ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଗଭରପଡା ବାସଭବନରୁ ସମିତସଭ୍ୟାଙ୍କ ସ୍ୱାମୀ ଡାକିକି ନେଇଥିଲେ । ଶରତ ପ୍ରଥମେ ଅରାଜି ହେବାରୁ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟସଭ୍ୟା ଓ ସରପଞ୍ଚ, ଜିଆରଏସ, ଜେ,ଲସ ଏବଂ ଗ୍ରାମର ମୁଖିଆ ମାନେ ଯାଉଛନ୍ତି ଏଣୁ ମତେ ଘରୁଡାକିକି ନେଇଥିଲେ । ବରଗଡ ଯାଇ ବିଧାୟିକାଙ୍କୁ ସ୍ୱାଗତ ଜଣାଇବା ପରେ ସେଠାରେ ଡିଆରଏସ ଭୋଟ ବିସୟରେ ଆଲେଚନା କରିଥିଲେ । କେଉଁ ବୁଥରେ କେତେ ଭୋଟ କମିଲା ସେ ସମ୍ପର୍କରେ ଆଲେଚନା କରାଯାଇଥିଲା । ୧୦ନଂବୁଥରେ ଏତେ ଭୋଟ କାହିଁକି କମିଲା କହିକି ମତେ ଜିଆରଏସ ଶୀକାନ୍ତ ହୋତା ବିଭିନ୍ନ କଠୁ କଥା କହି ମାନସିକ ନିର୍ଯ୍ୟାତନା ଦେଇଥିଲେ । ଏହା ସବୁ ବିଧାୟିକାଙ୍କ ସମ୍ମୁଖରେ ହୋଇଥିଲେ ମଧ୍ୟ ବିଧାୟିକା କିଛି କହିନଥିଲେ । ଏହି ଘଟଣାକୁ ସମର୍ଥନ କରିଥିଲେ । ବର୍ଷା ରାତିରେ ବରଗଡରୁ ଘରକୁ ଆସିବା ସମୟରେ ଡିଆରଏସ ବିଭିନ୍ନ କଠୁ କଥା କହିବା ସହ ଗଭରପଡା ଗ୍ରାମର ପ୍ରଧାନମନ୍ତ୍ରୀ ଆବାସଯୋଜନା, ମୋ କୁଡିଆ, ରାଶନ କାର୍ଡ ଓ ଭର୍ତ୍ତା ସବୁ କାଟି ଦେବ ବୋଲି ଧମକ ଦେବା ସହ ରାତି ଦୁଇଟାରେ ବାଟରେ ଓହ୍ଳାଇ ଦେଇ ଚାଲିଗଲେ । ମୁଁ କାନ୍ଦି କାନ୍ଦି ଘରକୁ ଆସି ପଡାବାସୀଙ୍କୁ ତା ପରଦିନ ସମସ୍ତ ଘଟଣା ସମ୍ପର୍କେ ଜଣାଇଥିଲି । ଶେଷରେ ନ୍ୟାୟ ପାଇବା ପାଇଁ ବିଡିଓଙ୍କୁ ପାଖରେ ଜିଆରଏସ ବିରୁଧରେ ଏକ ଅଭିଯୋଗ କରିଥିବା ଜଣାପଡିଛି । ବିଡିଓଙ୍କ ସହ ଏ ସମ୍ପର୍କରେ ଆଲେଚନା କରିବା ପରେ ବ୍ଳକର ବଡବାବୁ ଉକ୍ତ ଅଭିଯୋଗ ପତ୍ର ରଖିଥିବା ଜଣାପଡିଛି । ଦେଖାଯାଉ ବିଡିଓ ଏ ଅଭିଯୋଗ ପତ୍ରକୁ ଗ୍ରହଣ କରି କିପରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି ନା ନାଲି ଫିତା ତଳେ ଚାପି ଦେଉଛନ୍ତି ତାହା ଦେଖିବାକୁ ଅତାବିରା ବ୍ଳକ ବାସୀ ଅପେକ୍ଷା କରିଛନ୍ତି । ସମୟ ହିଁ କେବଳ କହିବ ।
ବରଗଡରୁ ନବୀନ ଦାଶ
ବରଗଡରୁ ନବୀନ ଦାଶ