ବିଦ୍ୟାଳୟରେ ପାଠ ପଡାଉଥିବା ସମୟରେ ଶିକ୍ଷୟତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ
ଚାରିଛକ---- ସୋମବାର ଦିନ ବିଦ୍ୟାଳୟରେ ଶିକ୍ଷୟତ୍ରୀ ପିଲାଙ୍କୁ ପାଠ ପଡାଉଥିବା ସମୟରେ ହଠାତ ଜଣେ ବ୍ୟକ୍ତି କୌଣସି କାରଣରୁ ତାଙ୍କୁ ଏକ କଟୁରୀ ସାହାର୍ଯ୍ୟରେ ପିଲାଙ୍କ ଆଗରେ ହାଣି ପକାଇଛି । ଯାହାକି ଅଞ୍ଚଳରେ ବେଶ ଆଲେଚନା ହୋଇପଡିଛି । ସୁଚନାଯୋଗ୍ୟ ଯେ ନିଆଳି ଥାନା ଅନ୍ତର୍ଗତ ଚାରିଛକ ନିକଟ ଆମ୍ବପଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ସୁଚିସ୍ମିତା ମୁଦୁଲି ପାଠ ପଡାଉଥିଲେ । ସେହି ଆମ୍ବପଡା ଗ୍ରାମର ବିଭୂତି ମହାନ୍ତି ନାମକ ଜଣେ ଯୁବକ ହଠାତ ବିଦ୍ୟାଳୟର କ୍ଳାସରୁମକୁ ପ୍ରବେଶ କରି ଶିକ୍ଷୟତ୍ରୀ କିଛି ବୁଝିବା ଆଗରୁ ତାଙ୍କ ମୁଣ୍ଡ, ବେକ, ହାତ ସମେତ ପ୍ରାୟ ୮ରୁ ୧୦ ଚୋଟ କଟୁରୀରେ ହାଣି ଦେଇ ସଙ୍ଗେ ସଙ୍ଗେ ଫେରାର ହୋଇଯାଇଥିଲା । ପିଲାଙ୍କ ପାଟି ଶୁଣି ଆଖ ପାଖ ଲୋକମାନେ ବିଦ୍ୟାଳୟକୁ ଆସିବା ବେଳକୁ ଶିକ୍ଷୟତ୍ରୀ ସଂଜ୍ଞାହୀନ ହୋଇ ତଳେ ପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଶିକ୍ଷୟତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ଚାରିଛକ ଫାଣ୍ଡି ପୋଲିସ ଅଭିଯୁକ୍ତ ବିଭୂତିକୁ ଧରି ନିଆଳି ପୋଲିସ ଜିମା ଦେଇଥିବାର ଜଣାପଡିଛି । ଏବେ ପ୍ରଶ୍ନ ଉଠୁଛି ବିଭୁତି କ’ଣ ପାଇଁ ଶିକ୍ଷୟତ୍ରୀଙ୍କୁ ଏପରି ଆକ୍ରମଣ କଲା ତାହା ଆଲେଚନାର ବିସୟ ହୋଇପଡିଛି । ଚାରିଛକରୁ