Breaking News

ସାତଶଙ୍ଖ ଉତ୍ତରାୟଣୀ ସମବାୟ ଶୀତଳ ଭଣ୍ଡାର ଏବେ ଦୁର୍ଦ୍ଧିନ ଅବସ୍ଥାରେ ଗତି କରୁଛି

ପିପିଲି---- ପୁରୀ ଜିଲ୍ଲାରେ ସମବାୟ ସମିତି ଦ୍ୱାରା ପରିଚାଳିତ ହୋଇ ଆସୁଥିବା ସାତଶଙ୍ଖ ଉତ୍ତରାୟଣୀ ସମବାୟ ଶୀତଳ ଭଣ୍ଡାର ଏବେ ଦୁର୍ଦିନ ଅବସ୍ଥାରେ ଗତି କରୁଛି  । ଏଥିପାଇଁ ମୁଖ୍ୟତଃ ଦାୟୀ ହୋଉଛି ବିଦ୍ୟୁତ ବିଭାଗ   । ସେମାନେ ରାଜ୍ୟ ସରକାରଙ୍କ ନିୟମ ବା ଆଇନକୁ ଭୁକ୍ଷେପ ନ କରି ମନଇଛା ବିଦ୍ୟୁତ ଦେୟ ଆଦାୟ କରି ଚାଲୁଛନ୍ତି ।  ଗୋଟିଏ ପଟେ ଶୀତଳ ଭଣ୍ଡାରକୁ ବିଦ୍ୟୁତ  ମିଳିବାରେ ଅବହେଳା  । ଅନ୍ୟ ପକ୍ଷେ ଏହା ସମବାୟ ସମିତି ତଥା କୃଷି ସଂସ୍ଥା ହୋଇଥିବାରୁ ଏହା ଉପରେ ଲଗାଯାଇଥିବା ବିଦ୍ୟୁତ ୟୁନିିଟ ଚାର୍ଯ୍ୟ ସମ୍ପର୍କେ ବିଚାର କରାଯାଉନାହିଁ  । ଅନ୍ୟ ପକ୍ଷେ ଏବେ ଏହି ଶୀତଳ ଭଣ୍ଡାରକୁ ଦୁର୍ଦିନରେ ପହଞ୍ଚାଇ ଦେଇଛି ବାତ୍ୟା ଫାନି  । ବାତ୍ୟା ଯିବାର ଦୁଇମାସ ହେବାକୁ ୧ ଦିନ ବାକି ରହିଥିବା ବେଳେ କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟଙ୍କାଟିଏ ମିଳିନାହିଁ ବୋଲି ଶୀତଳଭଣ୍ଡାର ପରିଚାଳନା ପରିଷଦର ପରାମର୍ଶ ଦାତା ତଥା ତେଇଶିପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଧରଣୀ ଧର ସାହୁ  କହନ୍ତି । ଏଠାରେ ଥିବା ୩୦ ଫୁଟ ଓସାର ୧୫ଶହ ଫୁଟ ଲମ୍ବାର ଏକ ଆଳୁ ଶୁଖାଇବା ଆଜବେଷ୍ଟସ ଘର ସହିତ ଶୀତଳ ଭଣ୍ଡାରର କାର୍ଯ୍ୟାଳୟ ଏବେ ଭାଙ୍ଗି ରୁଜି ମାଟିରେ ମିଶିଯାଇଛି । ପ୍ରାୟ ୩ହଜାର ଚାଷୀ ସେମାନଙ୍କର ୮ ହଜାର କୁଇଣ୍ଟାଲ ଆଳୁ ଏହି ଶୀତଳ ଭଣ୍ଡାରରେ ରଖିଛନ୍ତି । ମାତ୍ର ବାତ୍ୟା ପରେ ବିଦ୍ୟୁତ କଟିଯିବାରୁ  ତୁରନ୍ତ ଶୀତଳ ଭଣ୍ଡାର ପରିଚାଳନା ପରିଷଦ ପକ୍ଷରୁ ଏକଜରୁରୀ  ବୈଠକ କରାଯାଇ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଅଧିକାରୀଙ୍କୁ ଶୀତଳ ଭଣ୍ଡାର ପରିଚାଳନା କମିଟ ପକ୍ଷରୁ ପରାମର୍ଶ ଦାତା ଶ୍ରୀ ସାହୁ ଜଣାଇଥିଲେ  । ଏ ସମ୍ପର୍କରେ ସ୍ଥାନୀୟ ବିଧାୟକଙ୍କ ସହ ଆଲେଚନା କରାଯାଇଥିଲା  । ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସମବାୟ ଅଧିକାରୀ ଗୁରୁତ୍ୱର ସହ ଗ୍ରହଣ କରି ଚାଷୀଙ୍କ ସ୍ୱାର୍ଥକୁ ନଜର କରି ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ତୁରନ୍ତ ଡିଜେଲ ଯୋଗାଇ ଦେବାପାଇଁ  । ଜିଲ୍ଲାପାଳ ନିର୍ଦ୍ଦେଶ ପାଇବା ସଙ୍ଗେ ସଙ୍ଗେ ୧ହଜାର ଲିଟର ଡିଜେଲ ପର୍ଯ୍ୟାୟ କ୍ରମେ ଯୋଗଇ ଦେଇଥିଲେ  । ଯାହା ଫଳରେକି ଉକ୍ତ ଶୀତଳ ଭଣ୍ଡାରରେ ଥିବା ଆଳୁ ଗୁଡିକ ଏବେ ସୁରକ୍ଷିତ ରହିଯାଇଛି । ସେଥିପାଇଁ ଶୀତଳ ଭଣ୍ଡାରର ଚାଷୀ ସଂଗଠନ ଓ ଶୀତଳ ଭଣ୍ଡାର ପରିଚାଳନା ପରିଷଦ ମୁଖ୍ୟମନ୍ତ୍ରୀ ଓ ସମବାୟ ଅଧିକାରୀଙ୍କ ସହ ପୁରୀ ଜିଲ୍ଲପାଳଙ୍କୁ ଧନ୍ୟବାଦ ଦେଇଛନ୍ତି । ଏବେ ଆଳୁ କାଡିବା ସମୟ ଆସିଗଲା  । ଚାଷୀ ମାନେ ଆଳୁ ଶୀତଳ ଭଣ୍ଡାରରୁ ପର୍ଯ୍ୟାୟ କ୍ରମେ କାଡିବେ  । ଶୀତଳ ଭଣ୍ଡାରରୁ ଆଳୁ କଡାଯିବା ପରେ ସେଠାରେ ଥିବା ଶୁଖିବା ଘରେ ଆଳୁ କିଛି ସମୟ ପାଇଁ ଶୁଖିାଇ ଥାଆନ୍ତି । ତାପରେ ସେମାନେ ଘରକୁ ନେଇଥାନ୍ତି । ଯାହାକି ଆଳୁ ପୋଚା ହୋଇନଥାଏ  । ଏବେ ବର୍ଷା ଦିନ ଚାଷୀ ଆଳୁ ଥରେ ଭଣ୍ଡାର ଘରୁ କାଡି ଦେବା ପରେ ଆଉ ରଖି ପାରିବେ ନାହିଁ  । ଅନ୍ୟ ପଟେ ଆଳୁ କାଡିବା ସମୟରେ ଯଦି ପାଣି ପଡିବ ତା ହେଲେ ଅଳ୍ପ ସମୟ ମଧ୍ୟରେ ଆଳୁ ଗୁଡିକ ନଷ୍ଟ ହୋଇଯିବ । ଚାଷୀ ମାନେ ଶେଷରେ ଶୀତଳ ଭଣ୍ଡାର ଉପରେ ଦୋଷ ଦେବେ ଏବଂ ବିଗତ ଦିନରେ ଏଠାରେ ଆଳୁ ରଖିବା ପାଇଁ ଆଉ ଆସିବେ ନାହିଁ  । ପୁରୀ ଜିଲ୍ଲାର ୧୧ଟି ବ୍ଳକର ଚାଷୀ ମାନେ ଏହାର ସଦସ୍ୟ ରହିଛନ୍ତି । ଓଡିଶାରେ ସମବାୟ ଶୀତଳ ଭଣ୍ଡାର ୧୯ ଟି ରହିଥିବା ବେଳେ ସାତଶଙ୍ଖ ଶୀତଳ ଭଣ୍ଡାର ଏକ ନମ୍ବର ସ୍ଥାନରେ ରହିଛି । ମାତ୍ର ପ୍ରତିବର୍ଷ ଅଞ୍ଚଳରେ ଆଳୁ ଚାଷ ପାଇଁ ରାଜ୍ୟ ସରକାରଙ୍କର କୌଣସି ଭିତ୍ତିଭୂମି ନ ଥିବାରୁ ଉକ୍ତ ଶୀତଳ ଭଣ୍ଡାର ଅଧିକାଂଶ ସମୟରେ ଖାଲି ପଡିଥାଏ  । ସେଥିଯୋଗୁ କର୍ମଚାରୀଙ୍କ ଦରମା, ବିଦ୍ୟୁତ ଦେୟ, ଡିଜେଲ, ଗ୍ୟାସ ସହିତ ଆନୁଷଙ୍ଗିକ ଖର୍ଚ୍ଚ ଅଧିକ ହୋଇପଡୁଛି ବୋଲି ଶ୍ରୀ ସାହୁ କହିଛନ୍ତି । ଏ ସମ୍ପର୍କରେ ତୁରନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ କୃଷୀ ମନ୍ତ୍ରୀ ନଜର ଦେବାକୁ ବିଭିନ୍ନ ଚାଷୀ ସଂଗଠନ ଓ ଶୀତଳ ଭଣ୍ଡାରର ପରିଚାଳନା କମିଟି ପରିଷଦ ଅନୁରୋଧ କରିଛନ୍ତି ।
ପିପିଲିରୁ ବିଜୟ କୁମାର ମହାପାତ୍ର


Blog Archive

Popular Posts