ନୟାଗଡ଼ରେ ତେଜିଲା ଆଖୁ ଚାଷୀ ଆନ୍ଦୋଳନ
ଓଡଗାଁ---- ନୟାଗଡ଼ ଜିଲ୍ଲାର ଚିନିକଳ କବାଡ଼ିଆକୁ ବିକ୍ରୟ କରିବାପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ପୁଣି ଥରେ ଚାଷୀ ଆନ୍ଦୋଳନ ତେଜିଛି । ଏଥିରେ ସମସ୍ତ ଚାଷୀ,ବୁଦ୍ଧିଜୀବୀ ତଥା ଜନସାଧାରଣ ଯୋଗ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ । ଚିନିକଳର ପୁନରୁଦ୍ଧାର କରି ପୁଣିଥରେ ଚାଲୁ କରିବା ପାଇଁ ଦାବି କରାଯାଇଛି । ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଜିତେନ୍ଦ୍ର ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ନୟାଗଡରେ ଚିନିକଳର ପୁନରୁଦ୍ଧାର ହେଲେ ଜିଲ୍ଲାର ହଜାର ହଜାର ଆଖୁ ଚାଷୀ ଉପକୃତ ହୋଇପାରିବେ। ଜିଲ୍ଲାରେ ବହୁ ଶିକ୍ଷିତ ଯୁବକ ଯୁବତି ମାନେ ନିଯୁକ୍ତି ପାଇପାରିବେ ବୋଲି କହିଛନ୍ତି ।
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ