ବିଦ୍ୟାଳୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଆସିବାରୁ ଗ୍ରାମବାସୀଙ୍କ ରାସ୍ତାରୋକେ
ବାଲିପାଟଣା-- ରାଜ୍ୟ ସରକାରଙ୍କ ନିସ୍ପତି ନେଇଛନ୍ତି ଯେ ଯେଉଁ ବିଦ୍ୟାଳୟରେ ୧୦ ଜଣରୁ କମ ଛାତ୍ରଛାତ୍ରୀ ରହିଛନ୍ତି ସେ ବିଦ୍ୟାଳୟ ଗୁଡିକ ବନ୍ଦ କରାଯିବ । ନଚେତ୍ ପାଖ ବିଦ୍ୟାଳୟ ସହିତ ମିଶିଯିବ । ଏହାକୁ ନଜର କରି ବାଲିପାଟଣା ବ୍ଳକ ଶିକ୍ଷା ଅଧିକାରୀ ବାରୁଦଖାନା ପ୍ରାଥମିକ ବିଦ୍ୟାଳୟରେ ୧୦ ଜଣରୁ କମ ପିଲା ଥିବା ଦର୍ଶାଇ ସ୍ଳୁଲ ବନ୍ଦ କରିଛନ୍ତି । ଏହି ନିସ୍ପତିକୁ ବିରୋଧ କରି ବାରୁଦଖାନା ଗ୍ରାମବାସୀ ମାନେ ଉତ୍ତରା- ବନମାଳୀପୁର ପଞ୍ଚାୟତ ରାସ୍ତା ଅବରୋଧ କରିଛନ୍ତି । ଗ୍ରାମାବସୀ ମାନେ ଦର୍ଶାଉଛନ୍ତି ଯେ ବିଦ୍ୟାଳୟରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି । ରାସ୍ତା ରୋକ ଖବର ପାଇ ଗଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ତେଜିତ ଗ୍ରାମବାସୀ ମାନଙ୍କ ସହ ଆଲେଚନା କରିଥିବା ଜଣାପଡିଛି ।
ବାଲିଅନ୍ତାରୁ ଗୋବର୍ଦ୍ଦନ ଦାଶ
ବାଲିଅନ୍ତାରୁ ଗୋବର୍ଦ୍ଦନ ଦାଶ