Breaking News

ଅଭିଯୋଗ କାରୀଙ୍କୁ ଅଭିଯୁକ୍ତ ପରିବାର ସଦସ୍ୟ ମାନେ ରାସ୍ତାରୁ ଅପହରଣ; ଥାନାରେ ଅଭିଯୋଗ

ଡେଲାଙ୍ଗ --- ଡେଲାଙ୍ଗ ଥାନାରେ ଜଣେ ଅଭିଯୋଗ କାରୀ ଅଭିଯୋଗ କରି ଯିବା ସମୟରେ ରାସ୍ତା ଉପରୁ ତାଙ୍କୁ ଅପହରଣ କରି ନିଆଯିବା ସହ ମୁଣ୍ଡରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଅପହରଣ କରିଥିଲେ  । ଅପହରଣ କାରୀ ମାନେ ତାଙ୍କ ଠାରୁ  ଯୋର ଜବରଦସ୍ତ ଅଭିଯୋଗ କରିଥିବା ଘଟଣାର ସମାଧାନ କରିବା ପାଇଁ ଦସ୍ତଖତ କରାଇ କୋର୍ଟରେ ଦେଇଥିଲେ  ବୋଲି  ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୁଚନାଯୋଗ୍ୟ ଯେ ପୁରୀ ଜିଲ୍ଲାର ବହ୍ମଗିରି ଥାନା ଅନ୍ତର୍ଗତ ପଲ୍ଲୀ ଗ୍ରାମର ଲକ୍ଷ୍ମୀଧର ବାରିକଙ୍କ ପୁଅ ଡେଲାଙ୍ଗ ଥାନା ଅର୍ନ୍ତଗତ ତନ୍ତିସାହିର ସୋମନାଥ ବାରିକଙ୍କ ଝିଅକୁ ବାହାହେବା ପାଇଁ ବରଯାତ୍ରୀଙ୍କ ସହ ଆସିଥିଲେ  । ସେ ସମୟରେ ନିଜର ପତିଆରା ଓ ରାଜନୈତିକ ରାଗ ରଖି ଜେନାପୁର ଗ୍ରାମର ପୂର୍ବତନ ସରପଞ୍ଚ ତଥା ପ୍ରତାପ ସ୍ୱାଇଁ ଗଣ୍ଡଗୋଳ କରିବା ସହ ବର ଓ ବରପିତାଙ୍କ ସହିତ ବରଯାତ୍ରୀଙ୍କୁ ମାଡ ମାରି ଅଟକ ରଖିଥିଲେ  । ଅନ୍ୟ ପକ୍ଷେ ତାଙ୍କୁ ବାହାଘର କରାଇ ଦେଇନଥିଲେ ବୋଲି ଲକ୍ଷ୍ମୀଧର ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ  । ଏହା ଜାଣି ପାରି ଶ୍ରୀ ସ୍ୱାଇଁଙ୍କ ପରିବାରର ସଦସ୍ୟ ମାନେ ମଟର ସାଇକେଲ ଯୋଗେ ଆସି ଥାନରେ ଅଭିଯୋଗ କରି ଯାଉଥିବା ସମୟରେ ବାଟରୁ  ଲକ୍ଷ୍ମୀଧରଙ୍କୁ ଉଠାଇ ନେଇଥିଲେ  । ଲକ୍ଷ୍ମୀଧରଙ୍କ ମୁଣ୍ଡରେ  ବନ୍ଦୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ କୋର୍ଟରେ ସମାଧାନ କରିବା ପାଇଁ ଦରଖାସ୍ତ କରାଇଥିଲେ  । ମାତ୍ର ସରକାରୀ ଓକିଲ କୌଣସି ସୁତ୍ରରୁ ଏହା ଜାଣି ପାରି ମାଜିଷ୍ଟେଟଙ୍କ ନଜରକୁ ଆଣିଥିଲେ  ।   ଲକ୍ଷ୍ମୀଧର ପରେ ଡେଲାଙ୍ଗ ଥାନାକୁ ଆସି ଗତ ଘଟଣାର ଅଭିଯୁକ୍ତଙ୍କ ପରିବାର ସଦସ୍ୟ ମାନେ ଅପହରଣ କରି ନେଇଥିବା ସମ୍ପର୍କେ ଲିଖିତ ଅଭିଯୋଗ କରିଥିଲେ  । ଲକ୍ଷ୍ମୀଧରଙ୍କ ଅଭିଯୋଗ କ୍ରମେ ଡେଲାଙ୍ଗ ଥାନା କେସନଂ୧୩୦/୧୯ରେ ଏକ କେସରୁଜ କରାଯାଇ ତଦନ୍ତ ଚାଲିଥିବା ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାକୟଙ୍କ ଠାରୁ ସୂଚନା ମିଳିଛି । ଅନ୍ୟ ପକ୍ଷେ ପିପିଲି ଏସଡିପିଓ ଦେବଦତ୍ତ ବରାଳ କହନ୍ତି ଉକ୍ତ ପରିବାର ସଦସ୍ୟ ମାନେ ଗୋଟିଏ ଭୁଲ ପରେ ଗୋଟିଏ ଭୁଲ କରି ଚାଲିଛନ୍ତି ।  ଦୁଇଟି ଯାକ କେସରେ ସମ୍ପୁକ୍ତ ଥିବା ବ୍ୟକ୍ତି ବିଶେଷଙ୍କୁତୁରନ୍ତ ଗିରଫ କରାଯିବ ବୋଲି କହିଛନ୍ତି । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
 

Blog Archive

Popular Posts