ନରେନ୍ଦ୍ରପୁର ଗ୍ରାମରେ ଫ୍ୟୁଜନ ମାଇକ୍ରୋଫାଇନାନସ୍ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଫ୍ୟୁଜନ ମାଇକ୍ରୋଫାଇନାନସ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ନିଶୁକ୍ଳ ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ରୁଷୁସରଙ୍ଗ ସାହୁ ଫ୍ୟୁଜନ ମାଇକ୍ରୋଫାଇନାନସ୍ ପ୍ରାଇଭେଟ ଲିମିଟେଡର ରାଜ୍ୟ ମୁକ୍ୟ ଯୋଗଦେଇ ସ୍ୱାସ୍ଥ୍ୟ ହିଁ ସମ୍ପଦ ଉପସ୍ଥିତ ଥିବା ପୁରୁଷ ମହିଳା ମାନଙ୍କୁ ବୁଝାଇଥିଲେ । ସେହିପରି ଅନ୍ୟତମ ଅତିଥି ଭାବେ ଡିଭିଜିନାଲ ମ୍ୟାନେଜର ଇପିସିତ୍ ବିଶ୍ୱଜିତି ହରିଚନ୍ଦନ, ଏରିଆ ମ୍ୟାନେଜର ସିତିକଣ୍ଠ ସାମଲ ସିନିୟର ଏରିଆ ମ୍ୟାନେଜର ଯୋଗଦେଇ ମଣିଷ ସୁସ୍ଥ ସବଳ ରହିଲେ ଧନ ସଂଚୟ କରି ପାରିବ ବା ସୁଖ ଶାନ୍ତିରେ ରହିପାରିବ ବୋଲି ମତ ପ୍ରକାଶ କରିଥିଲେ । ଫ୍ୟୁଜନ ମାଇକ୍ରୋଫାଇନାନସ୍ ପ୍ରାଇଭେଟ ଲିମିଟେଡର ସତ୍ୟବାଦୀ ଶାଖା ପରିଚାଳକ ଜିତୁ ରଞ୍ଜନ ଦାସ ଯୋଗଦେଇ ଉକ୍ତ ଗ୍ରାମରେ ତାଙ୍କର ଶହେଜଣ ମହିଳାଙ୍କୁ ଋଣ ଦିଆଯାଇଛି ବୋଲି କହିଥିଲେ । ସ୍ଥାନୀୟ ସରପଞ୍ଚ ଦୁଷନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସ୍ଥାନୀୟ ପଞ୍ଚାୟତର ସମିତିସଭ୍ୟ ବା କୌଣସି ୱାଡ ସଭ୍ୟସଭ୍ୟାଙ୍କୁ ଏହି ସ୍ୱାସ୍ଥ୍ୟ ସେବାକୁ ଅନୁଷ୍ଠାନ ପକ୍ଷରୁ ଡକାଯାଇନଥିଲା । ଯାହାକୁ ନେଇ ଗ୍ରାମରେ ଅଶାନ୍ତି ଦେଖାଯାଇଥିଲା । ଅନୁଷ୍ଠାନର କର୍ମୀ ସୋମନାଥ ରାଉତ ସଭାଟିକୁ ସଂଯୋଜନା କରିଥିଲେ । ଗ୍ରାମର ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ସହଯୋଗ କରିଥିଲେ । ଆଦୃତ ସ୍ୱେଚ୍ଛାସେବୀ ମଞ୍ଚେଶ୍ୱର ଅନୁଷ୍ଠାନ ନିଶୁକ୍ଳ ସ୍ୱାସ୍ଥ୍ୟ ଶିବିରଟିକୁ ସହଯୋଗ କରିଥିଲେ । ଇଏନଟି ବିଶେଷଜ୍ଞ ଡ. ସୁଦୀପ୍ତ କୁମାର ଆସ୍ , ମଧୁମେହ ଡ. ଅବକାଶ ଯାଦବ ଓ ସ୍ତ୍ରୀରୋଗ ଡ. ନୀଲିମା ନାୟକଙ୍କ ସହ ଫାମାସିଷ୍ଟ , ନିଦାନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ୧୨୦ ଜଣ ପୁରୁଷ, ଶିଶୁ ଓ ମହିଳା ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ପ୍ରଦାନ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି