ଚତୁର୍ଥ ବାର୍ଷିକ ଅଷ୍ଟପ୍ରହରୀ ଓ ନାମସଂକୀର୍ତ୍ତନ
ଡେଲାଙ୍ଗ ------ଡେଲାଙ୍ଗ ଥାନା ଅନ୍ତର୍ଗତ ଗଠବେକୁନିଆପଡା ଗ୍ରାମର ଶ୍ରୀ ଶ୍ରୀ ଅମୃତେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଚତୁର୍ଥ ବାର୍ଷିକ ଅଷ୍ଟପ୍ରହରୀ ଓ ନାମସଂକୀର୍ତ୍ତନ ପାଳିତ ହୋଇଯାଇଛି । ମାଘମାସ କୃଷ୍ଣପକ୍ଷ ସୋମବାର ଅମାବାସ୍ୟା ତିଥିରେ ସକାଳୁ ଠାକୁରଙ୍କ ନୀତିକାନ୍ତି କରାଯିବା ପରେ ନାମ ସଂକୀର୍ତ୍ତନ କରାଯାଇଥିଲା । ରବିବାର ଦିନ ଆଦ୍ୟବାସ କରାଯାଇଥିଲା । ସୋମବାର ଦିନ ନାମଯଜ୍ଞ ଅନୁଷ୍ଠିତ ହୋଇଛି । କୃର୍ଷ୍ଣଚନ୍ଦ୍ର ପରିଡା, ସହଦେବ ପରିଡାଙ୍କ ସହିତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି