ଅଷ୍ଟପ୍ରହରୀ ଓ ନାମ ସଂକୀର୍ତ୍ତନ
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ରାୟଖଣ୍ଡୀ ପଞ୍ଚାୟତ ଅନ୍ତର୍ଗତ ବଡ ଡିହସାହି ଗ୍ରାମରେ ଅଷ୍ଟପ୍ରହରୀ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୋମବାର ଅଧିବାସ, କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ଭୋର ୫ଟାରୁ ହରେ କୃର୍ଷ୍ଣ ‘ ହରେ ରାମ ମହାମନ୍ତ୍ର ପାଠ ସହିତ ଖୋଳ କରତାଳ ଝାଞ୍ଜ ଆଦି ବଜାଇ ଅଖଣ୍ଡ କୀର୍ତ୍ତନ କରାଯାଇଥିଲା । ଏଥିରେ ବଡ ବସନ୍ତ, ଗଡଭିଙ୍ଗୁରା. ମହୁରା ଦଳେଇସାହି ସୁଆଁଲୋ ଆଦି ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିଥିଲେ । ବାବାଜି ରାଧା ଚରଣ ଦାସପୂଜା ଅର୍ଚ୍ଚନା କରିଥିବା ବେଳେ ଶଙ୍କର୍ଷଣ ଲେଙ୍କା କର୍ତ୍ତା ଥିଲେ । ବୁଧବାର ନଗର କୀର୍ତ୍ତନ, ଯମୁନା ଗାଧୁଆ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏହା କରାଯାଇଥିଲା । ରାତ୍ରରେ ସମୂହ ପ୍ରସାଦ ସେବନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି