Breaking News

ମନ୍ଦିରରୁ ବିରଳ ଗଣେଶ ପଥର ମୂତ୍ତି ଚୋରୀ

 ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନ ଅଞ୍ଚଳରେ ଏବେ ମୂର୍ତ୍ତି ଚୋର ମାନଙ୍କର ଆଖି ପଡିଛି । ପ୍ରଥମେ ପ୍ରଥମେ ସେମାନେ ମନ୍ଦିରରୁ ପୁରାତନ ଘଣ୍ଟି, ଘଣ୍ଟ, ବାସନ କୁସନ ସହିତ ଅଷ୍ଟଧାତୁ ମୂର୍ତ୍ତି ଉପରେ ନଜର ଥିଲା  । ଏବେ ପୁରାତନ ଯାହାକି ବିରଳ ପଥର ମୂର୍ତ୍ତି ଉପରେ ଚୋର ମାନଙ୍କର ନଜର ପଡିଛି । ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମରେ ଥିବା  ବାଲୁଙ୍କେଶ୍ୱର ମନ୍ଦିର ପାଶ୍ୱର୍ ଦେବତା ବିରଳ ଗଣେଶ ମୂର୍ତ୍ତି ମଙ୍ଗଳବାର ରାତିରେ କୌଣସି ଦୁର୍ବୃତ ଚୋରୀ କରି ନେଇଛି ।  ଆଜି ସକାଳେ ମନ୍ଦିର ସେବାୟତ ମାନେ ପୂଜା କରିବା ସମୟରେ ଏହା ଜଣାପଡିଥିଲା  । ଗଣେଶ ମୂତ୍ତିଟିକୁ ତାଡିକି ନେଇଥିବାର ଜଣାପଡିଛି  । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ  ମନ୍ଦିର ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ନିରଞ୍ଜନ ମହାପାତ୍ର ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି । ଉକ୍ତ ମୂର୍ତ୍ତିଟି କଳା ଓ ନୀଳ ମୁଗୁନି ପଥରେ ନିର୍ମିତ । ବହୁ ପୁରୁଣା ବିଗ୍ରହ ଥିଲା  । ଉଚ୍ଚତା ପ୍ରାୟ ଦେଢ଼ଫୁଟ ଓସାର ୧ଫୁଟ  ଓଜନ ପ୍ରାୟ ୫ କିଲୋ ହେବ ବୋଲି ଜଣାପଡିଛି ।  ସୁଚନାଯୋଗ୍ୟ ଯେ ଏହି ମନ୍ଦିରରୁ ୨.୨.୨୦୧୪ ମସିହାରେ ସୂର୍ଯ୍ୟନାରାୟଣଙ୍କ ମୂର୍ତ୍ତି ଚୋରୀ ହୋଇଥିଲା  । ସେହିପରି ୨୨-୫-୧୮ରେ ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ ରୂପା ଅଳଙ୍କାର ସହ  ବାସନକୁସନ ଚୋରୀ ହୋଇଥିଲା  । ଏ ସମ୍ପର୍କରେ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ଆଜି ପର୍ଯ୍ୟନ୍ତ ମିଳିନାହିଁ  ।  ସେହିପରି ନୁଆଗାଁ, ବିଦ୍ୟାଧରପୁର ଗ୍ରାମରେ ମଧ୍ୟ ମୂର୍ତ୍ତି ଚୋରୀ ହୋଇଯାଇଛି  । ସତ୍ୟବାଦୀ ଥାନା ଗୋଟିଏ ବି ଚୋରଙ୍କୁ ଧରିବାରେ ସଫଳତା ମିଳିନାହିଁ । ଏହି ବିରଳ ଗଣେଶ ମୂର୍ତ୍ତି ଅନ୍ୟ ଦେଖିବା ବିରଳ ବୋଲି ବୁଦ୍ଧିଜିବୀ ମାନେ କହନ୍ତି  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts