Breaking News

ବିଶ୍ୱ ପ୍ରସିଦ୍ଧ ମାଘମେଳା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ

କୋଣାର୍କ--- ବିଶ୍ୱ ପ୍ରସିଦ୍ଧ କୋଣାର୍କ ଚନ୍ଦ୍ରଭାଗା ଠାରେ ମେଘାମେଳା ପାଇଁ ସରକାରୀ ସ୍ତରରେ ଜୋର ସୋର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।  ବିଶେଷ କରି ଚନ୍ଦ୍ରଭାଗା ଠାରେ ଥିବା  ପୁଷ୍କରଣୀରୁ ପଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବା ସହିତ ରାସ୍ତା ଘାଟ ମରାମତି କରାଯାଉଛି । ପୂର୍ତ୍ତ ବିଭାଗ ପକ୍ଷରୁ ବ୍ୟାରିକେଡ ନିର୍ମାଣ କରାଯାଉଛି । ପିଏଚଡି ପକ୍ଷରୁ ପାନୀୟ ଜଳ ପାଇଁ ବିଭିନ୍ନ ଯାଗାରେ ଅସ୍ଥାୟୀ ନଳକୂପ ବସାଯାଉଛି । ଆସନ୍ତା ୧୨ ତାରିଖ ମଙ୍ଗଳବାର ଦିନ ବୁଡ ପକାଇବା ପାଇଁ ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ କୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି ସ୍ଥାନୀୟ ଏନଏଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।
ନିମାପଡାରୁ ଜୟନ୍ତ ସେଠୀ

Blog Archive

Popular Posts